May 26, 2022

ତିର୍ତୋଲ ବ୍ଲକ ର ନୂତନ ଅଧକ୍ଷ ମନୋଜ ବେହେରା

1 min read

ଜଗତସିଂହପୁର (ମାନସ ସୂତାର) : ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଆଜି ଥିଲା ବ୍ଲକ ଅଧକ୍ଷ ନିର୍ବାଚନ l ତିର୍ତୋଲ ବ୍ଲକ ୨୯ ପଞ୍ଚାୟତ ମଧ୍ୟରୁ କିଏ ହେବ ଅଧକ୍ଷ ? ତାକୁ ନେଇ ରାଜନୈତିକ ଛକାପଞ୍ଝା ଚାଲିଥିବା ବେଳେ ଶେଷରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ ମାତ୍ ଦେଇ ସାଂସଦ ଡ଼ା ରାଜଶ୍ରୀ ମଲିକ ଏବଂ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଙ୍କ ସମର୍ଥିତ ପ୍ରାର୍ଥୀ ସାମନ୍ତରାୟପୁର ର ସମିତି ସଭ୍ୟ ମନୋଜ ବେହେରା ଅଧକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି l ଏହି ନିର୍ବାଚନରେ ତିନି ଜଣ ପ୍ରାର୍ଥୀ ଯଥା – କଂଗ୍ରେସ ର ଦେବ ପ୍ରକାଶ ନାୟକ. ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ସମର୍ଥିତ ପ୍ରାର୍ଥୀ ବସନ୍ତ ମହାପାତ୍ର, ସାସଂଦ ଓ ପାରାଦ୍ୱୀପ ବିଧାୟକ ଙ୍କ ସମର୍ଥିତ ପ୍ରାର୍ଥୀ ମନୋଜ ବେହେରା ପ୍ରତିଦ୍ଵାନ୍ଦିତା କରୁଥିଲେ l ଏଥିରେ କଂଗ୍ରେସ ୧୦ଖଣ୍ଡ ତିର୍ତୋଲ ବିଧାୟକ ଙ୍କ ପାର୍ଥି ୭ ଖଣ୍ଡ ଭୋଟ ପାଇଥିବା ବେଳେ ମନୋଜ ବେହେରା ୧୨ ଖଣ୍ଡ ପାଇଥିଲେ | ଦୁଇ ଖଣ୍ଡ ଅଧିକ ଭୋଟ ମନୋଜ ବେହେରା ବିଜୟ ଲାଭ କରିଥିଲେ l ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଶାସକ ଦଳର ଗୋଷ୍ଠିକନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି l ତିର୍ତୋଲ ବିଧାୟକଙ୍କୁ ପାନେ ଦେବାପାଇଁ ସାଂସଦ ଓ ପାରାଦ୍ୱୀପ ବିଧାୟକ ଯେଉଁ ଯୋଜନା କରିଥିଲେ ସଫଳ ହେବା ସହିତ ତିର୍ତୋଲ ବିଧାୟକ ଙ୍କୁ ମାତ୍ ଦେଇଛନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି |ଆହୁରି ମଧ୍ୟ ଶୁଣା ଯାଉଛି ଯେ ବସନ୍ତ ମହାପାତ୍ର ଙ୍କୁ ହରାଇ ବା ପାଇଁ ଯୋଜନା ର ମଧ୍ୟ ସଫଳ ଋପାୟନ ହୋଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି | ଜଣେ ପୁରୁଣା ତଥା ରାଜନୀତି ରେ ମାହିର ନେତାଙ୍କୁ ହରାଇବା ପରେ ଯୁବନେତା ମନୋଜଙ୍କ ରାଜନୈତିକ ଭବିଷ୍ଯତ ଉଜ୍ଜ୍ବଳମୟ ବୋଲି ମଧ୍ୟ ବ୍ଲକ ସାରା ଚର୍ଚ୍ଚା ହେଉଥିବାର ସୁଣିବାକୁ ମିଳୁଛି |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.