May 26, 2022

ପୁଣି କେନ୍ଦ୍ରାପଡ଼ା ରେ ଗର୍ଜିଲା ବନ୍ଧୁକ

ବିଗତ ଦିନରେ ସାରା ରାଜ୍ୟରେ ଭାଇଲୋଗ ର ସହର କୁହାଯାଉଥିବା କେନ୍ଦ୍ରାପଡ଼ା ଏକାଧିକ ଗ୍ୟାଙ୍ଗଷ୍ଟାର ଏବଂ ବହୁ ଅପରାଧୀ ଙ୍କ ପ୍ରଳାପ ଦେଖିଆସିଛି । ଜିଲ୍ଲାର ପ୍ରମୁଖ ଗ୍ୟାଙ୍ଗଷ୍ଟାର ମାନଙ୍କ ସହ ଅନେକ ଦୁର୍ଦାନ୍ତ ଅପରାଧୀ ଙ୍କୁ ଜେଲର ଚାରିକାନ୍ଥ ଭିତର କୁ ପୋଲିସ ପ୍ରଶାସନ ପଠାଇଦେବା ପରେ ଧିରେଧିରେ ଶାନ୍ତ ହେଇଆସୁଥିବା କେନ୍ଦ୍ରାପଡ଼ା ରେ ପୁଣି ଶୁଭିଛି ବନ୍ଧୁକର ଗର୍ଜନ ।


କେନ୍ଦ୍ରାପଡ଼ା ସହର ସଂଲଗ୍ନ ଗୁଲନଗର ଛକଠାରୁ ମାତ୍ର କେଇ ମିଟର ଦୂର , ରାମନଗର ପାଟଣାରେ ରହିଛି ବାବୁଲି ମହାରଣାଙ୍କ ଏକ ଟ୍ରାକ୍ଟର ସୋ ରୁମ । ଯେଉଁ ସୋ ରୁମ ପାଖକୁ ଆଜି ମଧ୍ୟାହ୍ନ ରେ କଳା ପଲସର ରେ ଅପରାଧୀ ମାନେ ଆସି ଅତି ନିକଟରୁ ଅପରାଧ ଘଟାଇବାକୁ ଚେଷ୍ଟା କରିଥିଲା ବେଳେ , ବାବୁଲିଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ ପଥରୋଧ କରିବା ପରେ ବଚସା ହୋଇଥିଲା ଯେଉଁଥିରେ ଉତକ୍ଷିପ୍ତ ହୋଇ ଗୁଳି ଚଳାଇବା ପରେ ସୁରକ୍ଷା କର୍ମୀ ପାଲଟା ଜବାବ ଦେଇଥିଲେ । ଫଳରେ ଅପରାଧିମାନେ ଘଟଣାସ୍ଥଳରୁ ଫେରାର ବାଇକ ଯୋଗେ ହୋଇଯାଇଥିଲେ

Leave a Reply

Your email address will not be published.

Copyright © All rights reserved. | Newsphere by AF themes.