May 26, 2022

ରାହା ଖୋଜୁଛି ସୌରଭ

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂ ଗ୍ରାମର ସନ୍ତୋଷ ମହାନ୍ତିଙ୍କ ପୁତ୍ର ସୌରଭ ରଞ୍ଜନ ମହାନ୍ତି (୧୨) ସପ୍ତମ ଶ୍ରେଣୀରେ ଜୟକୃଷ୍ଣ ବିଦ୍ୟାପୀଠରେ ପାଠ ପଢେ | ସନ୍ତୋଷ ଜଣେ ଦିନ ମଜୁରିଆ | ଯାହା ରୋଜଗାର କରନ୍ତି ସେଥିରେ ପତ୍ନୀଙ୍କ ସହ ଦୁଇ ଝିଅ ଏକ ପୁଅ କଷ୍ଟେ ମଷ୍ଟେ ଚଳି ଯାଆନ୍ତି | ସନ୍ତୋଷଙ୍କ ଏକମାତ୍ର ପୁଅ ସୌରଭ ମାଟି ଚିତ୍ରକଳାରେ ବିଦ୍ୟାଳୟ ଠାରୁ ଆରମ୍ଭ କରି ପଞ୍ଚାୟତରେ ପ୍ରସିଦ୍ଧ | ବିଶେଷକରି ସମସ୍ତ ଠାକୁର ତଥା ଜଗନ୍ନାଥ, ଗଣେଶ, ଦୁର୍ଗା, କାର୍ତ୍ତିକ, ସରସ୍ବତୀ ମୂର୍ତ୍ତି କରି ପ୍ରଶଂସାର ପାତ୍ର ହୋଇଛନ୍ତି | ତାଙ୍କର ଏହି କାର୍ଯ୍ୟ ପାଇଁ ଚଳିତ ସ୍ୱାଧୀନତା ଦିବସ ଉପଲକ୍ଷେ ବାଲିଘର ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ପାଇଁ ଘୋଷଣା କରାଯାଇଛି | ପ୍ରଶାସନ କିମ୍ବା କୌଣସି ବେସରକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ଆର୍ଥିକ ସାହାର୍ଯ୍ୟ ମିଳିଲେ ସେ ବହୁତ ଆଗକୁ ଯାଇପାରିବ | କିନ୍ତୁ ତାଙ୍କର ଦୁଃଖ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ଆବାସ ଯୋଜନା ପକ୍କା ଘର ଖଣ୍ଡେ ମିଳି ପାରିଲା ନାହିଁ | ପ୍ରଶାସନ ତରଫରୁ ସୌରଭକୁ ସାହାର୍ଯ୍ୟ ପାଇଁ ପରିବାର ତରଫରୁ ନିବେଦନ କରାଯାଇଛି |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.