May 26, 2022

ବାହାନାଗାରେ ତେଜୁଛି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ବିବାଦ,୨୫ ଦିନର ଧାରଣା ପରେ ଆଜିଠାରୁ ଅନଶନରେ ବସିଲା ମହିଳା ମଞ୍ଚ..

1 min read

ବାଲେଶ୍ୱର-(29/9/21) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ତେଜୁଛି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ବିବାଦ । ଗୋଟିଏ ପଟେ ବାହାନଗା ଷଠୀ ଗ୍ରାମରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଟେଣ୍ଡର ସହ ଶୁଭ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରଶାସନ ଜାଗେଶ୍ୱରପଦା- ଆପିତିରା ଠାରେ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛି । ବାହାନଗା ସଚେତନ ନାଗରିକ ମଞ୍ଚ ଏହାକୁ ବିରୋଧ କରି ଷଠୀ ଠାରେ ପ୍ରତିଷ୍ଠା ଦାବି କରି ଦୀର୍ଘ ୨୫ ଦିନ ଧରି ବାହାନଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଦିବାରାତ୍ର ଧାରଣାରେ ବସି ରହିଛନ୍ତି ।

ସେପଟେ ଏହାକୁ ଉପଲବ୍ଧି କରି ଆଜି ଠାରୁ ଅନଶନକୁ ଓହ୍ଲାଇଛି ବାହାନଗା ମହିଳା ମଞ୍ଚ । ଗୋଟିଏ ପଟେ ସଚେତନ ନାଗରିକ ମଞ୍ଚ ଆଜିକୁ ୨୫ ଦିନ ଧରି ଧାରଣାରେ ବସି ରହିଥିବା ବେଳେ ଜିଲ୍ଲା ପ୍ରଶାସନର କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ଆଜି ପ୍ରଶାସନ ବିରୁଦ୍ଧରେ ବର୍ଷିଛନ୍ତି ବାହାନଗା ମହିଳା ମଞ୍ଚ । ପୂର୍ବରୁ ୭ ଦିନ ପୂର୍ବରୁ ମହିଳା ମଞ୍ଚ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ ଘଟଣାର ଆସୁ ସମାଧାନ ପାଇଁ ଦାବି କରିବା ସହ ଅନଶନରେ ବସିବାକୁ ଚେତାବନୀ ଦେଇଥିଲେ ।

ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଧାରଣାରତ ସଚେତନ ନାଗରିକ ମଞ୍ଚର ଧାରଣାକାରୀଙ୍କ ସହ ଆଲୋଚନା ନକରିବାରୁ ମହିଳାମାନେ ନ୍ୟାୟ ପାଇଁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆହୋରାତ୍ର ଅନଶନରେ ବସିବା ଆରମ୍ଭ କରିଛନ୍ତି । ସେପଟେ ମଧ୍ୟ ୨୫ ଦିନ ଧରି ଧାରଣାରେ ବସି ରହିଥିବା ନାଗରିକ ମଞ୍ଚ ମଧ୍ୟ ଧାରଣା ଜାରି ରଖିଛନ୍ତି । ଆଜିର ଏହି ଅନଶନରେ ସୁବାସିନୀ ଘଡେଇ,ସୁକାନ୍ତି ଦଳେଇ, ରେବତୀ ଘଡେ଼ଇ, ବନିତା ଦଳେଇ, ମାଳତୀ ମଳିକ, ସାବିତ୍ରୀ ମଳିକ, ପୂର୍ଣ୍ଣିମା ବେହେରା,ଶକୁନ୍ତଳା ମହାନ୍ତି, ଲାବଣ୍ୟ ମଳିକ, ଙ୍କ ସହ ବାହାନଗା ସରପଞ୍ଚ ରଶ୍ମିତା ସିଂ ମଧ୍ୟ ଅନଶନରେ ବସି ରହିଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣା ଏବଂ ଅନଶନ ସ୍ଥଳକୁ କୌଣସି ଅଧିକାରୀ ଆଲୋଚନାକୁ ଆସିନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସୋର ପୋଲିସ ମଧ୍ୟ ଜଗି ରହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.