May 26, 2022

ଔଷଧୀୟ ଉଦ୍ୟାନ ଉଦଘାଟନ

1 min read


ବାହାନଗା:(ଆମହକନ୍ୟୁଜ )9/12:ଆଜି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧିନସ୍ଥ ବାହାନଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜନ ଆରୋଗ୍ୟ ସମିତି ଆନୁକୂଲ୍ୟରେ ଔଷଧୀୟ ଉଦ୍ୟାନ (herbal garden ) ର ଉଦଘାଟନ ହୋଇଛି l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ୧୯ ନମ୍ବର ଜୋନ ର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ରାଜ, ପଥରପେଣ୍ଠ ପଞ୍ଚାୟତ ସରପଞ୍ଚ ଦେବାନନ୍ଦ ମଳିକ ଉଦଘାଟନ କରିଥିଲେ l ଡାକ୍ତର ପରାମଜୀତ ପାତ୍ର, ଡାକ୍ତର ଖିରୋଦ ଚନ୍ଦ୍ର ଦାସ, ଫାର୍ମାସିଷ୍ଟ ଅଜିତ ବେହେରା, ଦେବେନ୍ଦ୍ର ସେଠି ଓ ବହୁ ଜନ ସାଧାରଣ ଏହି ଉତ୍ସବ ରେ ଉପସ୍ଥିତ ଥିଲେ l ଔଷଧୀୟ ବୃକ୍ଷ ର ଉପକାରିତା ବିଷୟରେ ଜିଲ୍ଲାପରିଷଦ ମହୋଦୟ ନିଜର ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଥିବା ଜନ ସାଧାରଣ ଙ୍କୁ ବୁଝାଇ ଥିଲେ l ଏହି କାର୍ଯ୍ୟକ୍ରମ କୁ ଦେବେନ୍ଦ୍ର ସେଠି ଆୟୋଜନ ସହିତ ପରିଚାଳନା କରିଥିଲେ l ପରିଶେଷରେ ଜିଲ୍ଲା ପରିଷଦ ଓ ସରପଞ୍ଚ ମହୋଦୟ ନିଜ ନିଜ ପାଣ୍ଠି ରୁ ପଚାଶ ହଜାର ଟଙ୍କା ଲେଖାଏଁ ଏହି ଔଷଧୀୟ ଉଦ୍ୟାନ କୁ ଆହୁରି ସୁନ୍ଦର ଓ ରକ୍ଷଣାବେକ୍ଷଣ ବାବଦକୁ ଦେବାପାଇଁ ପ୍ରତିଶୃତି ଦେଇଥିଲେ l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.