May 26, 2022

ହାତୀ ପଂ ପଂ……. ଫୁସ……..

1 min read


ବାହାନଗା, ବାଲେଶ୍ୱର (ଆମହକନ୍ୟୁଜ ): ଚର୍ଚ୍ଚା ଚାଲିଲା, ଟାଟା ଆସିବ ବିଦ୍ୟୁତ ସମସ୍ୟାର ସମାଧାନ ହେବ l ଚବିଶ ଘଣ୍ଟା ବିଜୁଳି ରହିବ, ଲୋକେ ସେବା ପାଇବେ, ଆହୁରି କଣ କେତେ ଦିବସ୍ବପ୍ନ ଦେଖାଇଲେ ବିଦ୍ୟୁତ ବିଭାଗ କର୍ମଚାରୀ l ଟାଟା ଆସିଲା, ନିଜର କରିତକର୍ମା ପ୍ରଦର୍ଶନ କଲା, ବିଜୁଳି ଦର ବଢ଼ାଇଲା, ବିଜୁଳି କାଟ ସମସ୍ୟା ବଢ଼ାଇ ଦେଲା l ଚବିଶ ଘଣ୍ଟାରୁ ବାର ଘଣ୍ଟା ପାଖାପାଖି ବିଜୁଳି କାଟିଲା l

ଲୋକେ ନାହିଁ ନଥିବା ସମସ୍ୟାରେ ପଡିଲେ l ଦିନ ନାହିଁ ରାତି ନାହିଁ ବିଜୁଳି କାଟ l କି ସମାଧାନ କି ହୋ ? l ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାହାନଗା ବିଦ୍ୟୁତ ବିଭାଗ ର ବିଜୁଳି କାଟ ଏକ ପ୍ରମୁଖ ସମସ୍ୟା ସୃଷ୍ଟି କଲାଣି l ଦିନରାତି ବିଜୁଳି କାଟ ସମସ୍ୟା ରେ ଅସନ୍ତୁଷ୍ଟ ହେଲେଣି ଅଞ୍ଚଳ ବାସୀ l ରିଲିଆନ୍ସ, ନେସ୍କୋ ପରି ସମାନ ଢାଞ୍ଚାରେ ପଡ଼ିଗଲାଣି ଟାଟା ପାୱାର l

ଏଠି ପ୍ରଶ୍ନ ଉଠୁଛି ଭୁଲ କାହାର, ଠିକା କମ୍ପାନୀ ମାନଙ୍କର ନା ସେବା ଯୋଗାଉଥିବା ବିଦ୍ୟୁତ କର୍ମଚାରୀ ମାନଙ୍କର, ନା ଠିକା ଦେଉଥିବା ସରକାର ଙ୍କ l ସରକାର ଲୋକଙ୍କ ସେବା ନିମିତ୍ତ ବିଦ୍ୟୁତ ଠିକା କମ୍ପାନୀ ସହିତ ବିଦ୍ୟୁତ କାଟ ନେଇ କୌଣସି ଏମଓୟୁ ସ୍ଵାକ୍ଷର କରିଛନ୍ତି ନା ନାହିଁ l ନା ମନଇଚ୍ଛା ବିଦ୍ୟୁତ ଠିକା କମ୍ପାନୀ ନିଜର ମନମୁଖୀ କାର୍ଯ୍ୟ ଚଳାଇ ଛନ୍ତି l

ପୂର୍ବରୁ ବହୁବାର ଲୋକ ଅସନ୍ତୁଷ୍ଟ ଦେଖା ଦେଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେବା ବିଡମ୍ବନା ର ବିଷୟ l ଦେଖାଯାଉ କେବେ ଏହି ସମସ୍ୟାର ଅନ୍ତ ଘଟିବ l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.