May 26, 2022

ବନମାଳ ମହରାପଦର ରାସ୍ତାରୁ ବଜ୍ରକାପ୍ତା ଉଦ୍ଧାର 2 ଗିରଫ

1 min read

ବଲାଙ୍ଗୀର(ବସନ୍ତ ମେହେର ):ବଲାଙ୍ଗୀର ଜିଲ୍ଲା ହରିଶଙ୍କର ରେଞ୍ଜ ଅନ୍ତର୍ଗତ ବନମାଳ ମହରାପଦର ଖେଳ ପଡିଆ ରାସ୍ତାରୁ ବଜ୍ରକାପ୍ତା ଉଦ୍ଧାର କରିଛି ଲାଠୋର ବନବିଭାଗ ଗତକାଲି ସନ୍ଧ୍ୟା ରେ ବଜ୍ରକାପ୍ତା ବିକ୍ରି ନେଇ ଡିଲ ହେଉଥିବା ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲା l ମହରାପଦର ଏବଂ ସର୍ଗିପାଲି ଗ୍ରାମର ତିନିଜଣ ଯୁବକ ବଜ୍ରକାପ୍ତା ବିକ୍ରି କରିବାକୁ ଚେଷ୍ଟାକରୁଥିଲେ, ସେହିସମୟରେ ଗ୍ରାହକ ହୋଇ ବନ ବିଭାଗର କର୍ମଚାରୀ ଚଢ଼ାଉ କରିଥିଲେ l ବଜ୍ରକାପ୍ତା ରାକେଟର ଦୁଇ ଜଣକୁ ଗିରଫ କରାଯାଇ ଥିବାବେଳେ ଜଣେ ଫେରାର ହୋଇଯାଇଛି ଆଜି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.