May 26, 2022

ତିନି ଜଣ ଅନ୍ତ ରାଜ୍ୟର ଡ଼କାୟତ କୁ ଗିରଫ କରିଛି ବଲାଙ୍ଗୀର ସଦର ପୋଲିସ ର ଵଡ଼ ସଫଳତା

ବଲାଙ୍ଗିର(ବସନ୍ତ ମେହେର ):ସଦର ପୁଲିସକୁ ବଡ଼ ସଫଳତା ମିଳିଛି । ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ୍ ଭଳି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା୩ ଡକାୟତ ହେଲେ ରାଜା ଦାସ,ଦୟାସାଗର ଛତ୍ରିଆ ଓ ସାରଥି ବାଗ।

ଏମାନଙ୍କ ମଧ୍ୟରୁ ରାଜା ଦାସ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଦୟାସାଗର ଛତ୍ରିଆ ଓ ସାରଥି ବାଗ ସୋନପୁର ଜିଲ୍ଲା ଝୁପୁଡିପଡାର ବୋଲି ଜଣା ପଡିଛି। ଏମାନଙ୍କ ପାଖରୁ ୯ ଟି ନମ୍ବର୍ ପ୍ଲଟେ, ୯ ଟି ମୋବାଇଲ ଫୋନ, ପ୍ରାୟ ୩ଲକ୍ଷ ଟଙ୍କା ସୁନା ଗହଣା, ମୋବାଇଲ ସିମ୍ କାର୍ଡ, ପର୍ସ, ଗାଡ଼ି ନମ୍ବର ପ୍ଲେଟ ବଦଳାଇବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଆଦି ଜବତ ହୋଇଛି। ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ପ୍ରାୟ ୨୧ଟି ମାମଲା ରହିଥିବା ଏସଡ଼ିପିଓ ସୂଚନା ଦେଇଛନ୍ତି, ଆସନ୍ତା କାଲି ସେମାନଙ୍କୁ କୋଟ ଚାଲାଣ କରାଯିବ ବୋଲି ସୂଚନା ରହିଛି

Leave a Reply

Your email address will not be published.

Copyright © All rights reserved. | Newsphere by AF themes.