May 26, 2022

ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସ୍ମାର୍ଟ କ୍ଲାସ ଉଦଘାଟନ କଲେ ଓ, ଟି, ଡି, ସି, ଅଧ୍ୟକ୍ଷା

1 min read

ବଲାଙ୍ଗୀର (ବସନ୍ତ ମେହେର ): ବଲାଙ୍ଗୀର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସ୍ମାର୍ଟ କ୍ଲାସ ଉଦଘାଟନ କଲେ ଓ, ଟି, ଡି, ସି, ଅଧ୍ୟକ୍ଷା ଶ୍ରୀମୟି ମିଶ୍ର ମନୋହରପୁର ପୋଲିସ ସ୍କୁଲକୁ ୱାଟର କୁଲର ପ୍ରଦାନ କଲେ
ବଲାଙ୍ଗୀର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ପରାମର୍ଶରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଷ୍ୟ ସ୍କୁଲ ଭାବେ ନିଜେ ପଢ଼ିଥିବା ବଲାଙ୍ଗୀର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆଜି ଏକ ସ୍ମାର୍ଟ କ୍ଲାସ୍ ରୁମକୁ ଉଦଘାଟନ କରିଛନ୍ତି। ଏହାସହିତ ସ୍କୁଲ ଛାତ୍ରୀମାନଙ୍କୁ ବ୍ୟାଡମିଣ୍ଟନ କିଟ୍ ପ୍ରଦାନ କରିଥିଲେ। ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ଏହି ଉଦଘାଟନ କାର୍ଯ୍ୟକ୍ରମ ପରେ ଓଟିଡିସି ଅଧ୍ୟକ୍ଷା ସ୍କୁଲ ପରିଦର୍ଶନ କରିଥିଲେ। ସ୍କୁଲ ଗୃହର ମରାମତି ପାଇଁ ଜିଲ୍ଲାପାଳ ପାଣ୍ଠି ବ୍ୟବସ୍ଥା କରିବା ସହ 5T ଅନ୍ତର୍ଗତ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସେହି ସ୍କୁଲରେ ନିର୍ମାଣ ଚାଲିଥିବା ଆଉ ଦୁଇଟି ସ୍ମାର୍ଟ କ୍ଲାସ୍ ରୁମ‌‌‌ ଓ ଇ-ଲାଇବ୍ରେରୀ କାର୍ଯ୍ୟର ସମୀକ୍ଷା କରିଥିଲେ। ପୂର୍ବରୁ ଓଟିଡିସି ପକ୍ଷରୁ ଏହି ସ୍କୁଲରେ ସ୍ଥାପିତ ଏକ ଓ୍ବାଟର କୁଲର ଓ ପ୍ୟୁରିଫାୟାର ମେସିନକୁ ଅଧ୍ୟକ୍ଷା ଶ୍ରୀମୟି ମିଶ୍ର ଲୋକାର୍ପିତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଚନ୍ଚଳ ରାଣା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀ ମାନଙ୍କୁ ସ୍ମାର୍ଟ କ୍ଲାସ୍ ରୁମର ସଠିକ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପରାମର୍ଶ ଦେବା ସହ ପିଲାମାନେ କିଭଳି ଡିଜିଟାଲ ଶିକ୍ଷା ପଦ୍ଧତିରେ ଅଧିକ ଉପକୃତ ହୋଇପାରିବେ, ବ୍ୟବସ୍ଥିତ ଢଙ୍ଗରେ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଓ ଅନ୍ୟ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟି ମିଶ୍ର ଏହା ପୂର୍ବରୁ ବଲାଙ୍ଗିରର ମନୋହରପୁରସ୍ଥିତ ପୋଲିସ ଉଚ୍ଚ ପ୍ରାଥମିକ ସ୍କୁଲରେ ଏକ ଓ୍ବାଟର କୁଲର ଓ ପ୍ୟୁରିଫାୟାରକୁ ଉଦଘାଟନ କରିଥିଲେ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ନିମନ୍ତେ ଓଟିଡିସି ପକ୍ଷରୁପକ୍ଷରୁ ଏହି ମେସିନ୍ ଯୋଗାଇ ଦିଆଯାଇଛି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟି ମିଶ୍ର ପଶ୍ଚିମ ଓଡ଼ିଶା ଗସ୍ତରେଆସି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.