May 26, 2022

ଖପ୍ରାଖୋଲ ଥାନା ପୋଲିସ ଟିମ୍‌ ଓ ଡିଭିଏଫ୍‌ ଟିମ୍‌ ସଫଳ ଅପରେଶନ କରିଥିବାରୁ ପୋଲିସ ଡିଜି ଅଭୟ ପ୍ରଶଂସା

1 min read

ବଲାଙ୍ଗୀର (ବସନ୍ତ ମେହେର )ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ମନୋହର ପୁର ରିଜର୍ଭ ପୋଲିସ ଅଫିସରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁଚନା ଦେଇ ଥିଲେ । ବଲାଙ୍ଗୀର ଜିଲ୍ଲାର ମାଓବାଦୀ ଅପରେଶନ ତଦାରଖ କରିବା ସହ ପୋଲିସ ଗୁଳିରେ ଟଳି ପଡ଼ିଥିବା ବଲାଙ୍ଗୀର-ବରଗଡ଼-ମହାସମୁଦ ଡିଭିଜନର ଏରିଆ କମିଟି ସଦସ୍ୟ ମୃତ ଶଙ୍କରଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ଶନିବାର ରାତିରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଯୁନାନୀବାହାଲ ଗାଁରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ମାଓବାଦୀ ଶଙ୍କରଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ପ୍ରାୟ ୮ ଜଣ ମାଓବାଦୀ ଫେରାର ହୋଇଯାଇଥିଲେ । ମାଓବାଦୀଙ୍କ ଠାରୁ ଏକ ଇନସାସ ରାଇଫଲ, ୭ଟି ଜୀବନ୍ତ ଗୁଳି, ଡିଟୋନେଟର, ରେଡ଼ିଓ, ମାଓବାଦୀ ପୁସ୍ତିକା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇ ମନୋହର ପୁର ପୋଲିସ ଅଫିସକୁ ଅଣାଯାଇଥିଲା । ଶଙ୍କର ର ମୃତଶଵକୁ
ବଲାଙ୍ଗୀର ରେ ପୋଲିସ ମହାନିର୍ଦ୍ଦେଶକ ଅଭୟ, ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କଲେ ପୋଲିସ ଡିଜି ଅଭୟ
ମଧ୍ୟ ବଲାଙ୍ଗୀର ମନହୋରପୁର ରିଜର୍ଭ ପୋଲିସ ଅଫିସକୁ ଅଣାଯାଇଥିଲା । ବଲାଙ୍ଗୀର ରିଜର୍ଭ ପୋଲିସ ଅଫିସ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ପୋଲିସ ଡିଜି ଅଭୟ,ଏସଆଇଡଵ୍ଳୁ ଡିଆଜି ଅନିରୁଦ୍ଧ କୁମାର, ସମ୍ଵଲପୁର ଡିଆଜି ଦିପକ କୁମାର, ବଲାଙ୍ଗୀର ଏସପି ନିତିନ କୁଶଳକର ଡାଗୁଡୁ ଓ ଵରିଷ୍ଠ ପୋଲିସ ଅଧିକାରୀ ମାନେ
ବଲାଙ୍ଗୀର ରେ ପୋଲିସ ମହାନିର୍ଦ୍ଦେଶକ ଅଭୟ, ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କଲେ ପୋଲିସ ଡିଜି ଅଭୟ
ଉପସ୍ଥିତ ଥିଲେ । ଖପ୍ରାଖୋଲ ଥାନା ପୋଲିସ ଟିମ୍‌ ଓ ଡିଭିଏଫ୍‌ ଟିମ୍‌ ସଫଳ ଅପରେଶନ କରିଥିବାରୁ ପୋଲିସ ଡିଜି ଅଭୟ ପ୍ରଶଂସା କରିଥିଲେ। ଓଡ଼ିଶା ସରକାରଙ୍କ ଭଲ ମାଓବାଦୀ ଥଇଥାନ ପଲିସି ରହିଛି ଅଳ୍ପ କିଛି ବଞ୍ଚିଥିବା ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପୋଲିସ ଡିଜି ଅଭୟ ଗଣମାଧ୍ୟମକୁ କହିଥିଲେ। ଗନ୍ଧମାର୍ଦ୍ଦନରେ ଵର୍ତମାନ ମଧ୍ୟ ସର୍ଚ୍ଚ ଅପରେଶନ ଜାରି ରହିଛି ବୋଲି ଡିଜି ଅଭୟ ସୂଚନା ଦେଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.