May 26, 2022

ମୃତ୍ୟୁକୁ ସାଙ୍ଗରେ ଧରି ଛକି ଵସିଥିଲା ବନ୍ୟା, ଦୀର୍ଘ ୧୧ ଘଣ୍ଟା ପରେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର

1 min read

ବଲାଙ୍ଗିର(ବସନ୍ତ ମେହେର )16/9/21:ପାଣି ରେ ଉଭେଇ ଗଲେ ସୁଧାଂଶୁ ପଟେଲ, ଗତକାଲି ମଙ୍ଗଳବାର ବଢ଼ି ପାଣିରେ ଭାସି ଯାଇଥିବା ନାବାଳକକୁ ମୃତ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ମାତ୍ର ୧୦୦ -୧୫୦ ମିଟର ଦୂରରେ ଉକ୍ତ ନାବାଳକର ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡ଼ିଛି।

ସୂଚନାରୁ ପ୍ରକାଶ ଯେ, ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ଫଟକରା ଗାଁର ସୁଧାଂଶୁ ପଟେଲ ବ୍ରିଜରେ ଆସୁଥିବା ବଢ଼ି ପାଣିରେ ଭାସି ଯାଇଥିଲେ। ଓଡ୍ରାଫ ଟିମ୍ ଓ ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ତେବେ ଆଜି ସକାଳ ସମୟରେ ଗ୍ରାମର କିଛି ଯୁବକ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି। ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I

Leave a Reply

Your email address will not be published.

Copyright © All rights reserved. | Newsphere by AF themes.