May 26, 2022

ଜାତୀୟ 26ନମ୍ବର ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମୋଟରସାଇକେଲ କୁ ଧକା ଦେଲା ଟ୍ରକ ,ଦୁଇ ଗୁରୁତ୍ୱର…

ବଲାଙ୍ଗିର (ବସନ୍ତ ମେହେର)17/9 :ବଲାଙ୍ଗୀର ଜିଲ୍ଲା ଦେଓଗାଁ ନିକଟ ସାଗରପାଲି ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ସକାଳୁ ୨୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ସାମ୍ନାପଟ ରୁ ଆସୁଥିବା ବାଇକ କୁ ଧକ୍କା ଦେଇଥିଲା। ଏଥିରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହେଲେ ସହଦେଵ ବୁଡେକ ଓ ବିନୋଦ ବୁଡେକ ତାଙ୍କ ଘର ସୋନପୁର ଜିଲ୍ଲା ର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବାଞ୍ଝିପାଳି ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଥିବା ବେଳେ ଆଉ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର । ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।ଦେଓଗାଁ ଅଗ୍ନିଶମ ଵିଭାଗ ତରଫରୁ ସୁଚନା ଦେଓଗାଁ ଅଗ୍ନିଶମ ଵିଭାଗ ଏପରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.