May 26, 2022

ନୀଳଗିରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଦୁଇ ନୂତନ ପୂର୍ଣ୍ଣ କାଳୀନ କୁ ସମ୍ଭର୍ଧ୍ୱନା

1 min read


ନୀଳଗିରି (ବିମଳ ଦଳେଇ )17/10:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୀଳଗିରି ନଗର ଶାଖା ତରଫରୁ, ଖୋର୍ଦ୍ଧା ରେ ଅନୁଷ୍ଠିତ ହୋଇଥିବା 3ଦିନିଆ ପ୍ରଦେଶ ଅଭ୍ୟାସ ବର୍ଗ ରେ ନୂତନ ଭାବେ ନୀଳଗିରି ରେ ଦୁଇ ଉଦୟବାନ କାର୍ଯ୍ୟକର୍ତ୍ତା ଙ୍କୁ ଦାୟିତ୍ୱ ମିଳିଛି l ପୂର୍ବରୁ ବାଲେଶ୍ୱର ଜିଲ୍ଲା ସହ ସଂଯାଜକ ଦାୟିତ୍ୱ ରେ ଥିବା ଜୀବନଜ୍ୟୋତି ରାଉତ ଙ୍କୁ ନୂତନ ଭାବେ ଯାଜପୁର ନଗର ବିଦ୍ୟାର୍ଥୀ ବିସ୍ତାରକ ଭାବେ ଦାୟିତ୍ୱ ମିଳିଛିl ନୀଳଗିରି ଏବିଭିପି ପରିବାର ତରଫରୁ ସେମାନଂକୁ ବିଦାୟ କାଳୀନ ସମ୍ଵର୍ଧ୍ୱନା ଦିଆଯାଇଛି l ଏହି ସମ୍ବର୍ଦ୍ଧନା ସମାହାର ରେ ବିଦ୍ୟାର୍ଥୀ ପରିଷଦ ର ପୂର୍ବତନ କାର୍ଯ୍ୟକର୍ତ୍ତା ବିକାଶ କୁମାର ସାହୁ, ଚନ୍ଦ୍ରବିନ୍ଦୁ ଦାସ, ସମରଶଙ୍କର କାନୁନଗୋ ଉପସ୍ଥିତ ଥିଲେ l ନୀଳଗିରି ନଗର ସଭାପତି ଡ଼ଃ ଅକ୍ଷୟ ପାଣିଗ୍ରାହୀ, ନଗର ସମ୍ପାଦକ ଜ୍ୟୋତିପ୍ରକାଶ ବାରିକ, ପୂର୍ବତନ ନଗର ସମ୍ପାଦକ ଗୋପୀବଲ୍ଲଭ ରାଉତ, ଓ ନଗର ଓ ଅନ୍ୟାନ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.