May 26, 2022

ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ନିମନ୍ତେ ନୀଳଗିରି ଉପ-ଜିଲ୍ଲାପାଳଙ୍କୁ ଦାବି ପତ୍ର

1 min read


ନୀଳଗିରି/ବାଲେଶ୍ୱର (ବିମଳ ଦଳେଇ ):ଦୀର୍ଘ ବର୍ଷ ଧରି ଜଗଂଲ ଜମିରେ ରହି ଆସୁଥିବା ବେଳେ ଉକ୍ତ ସ୍ଥାନର ପଟ୍ଟା ଦାବିରେ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।
ସୂଚନାଅନୁସାରେ,ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ତେଲିପାଳ ପଂଚାୟତର
ଦୀର୍ଘ ବର୍ଷ ଧରି ଜଗଂଲ ଜମିରେ ରହିଆସିଥିବା ବାପା ଓ ବାପ ପରେ ପୁଅ ବସବାସ କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଲୋକେ ଜଙ୍ଗଲ ଜମିର ପଟା ପାଇବାରେ ବଞ୍ଚିତ ଅଛନ୍ତି। ଯାହା ଫଳରେ କି ସେମାନଙ୍କ ପିଲାମାନେ ପାଠ ପଢିବା ରେ ଅସୁବିଧାର ସମ୍ମଖୀନ ହୋଇ ଆସୁଛନ୍ତି।

ଉକ୍ତ ଜମିର ପଟ୍ଟା ପ୍ରଦାନ ପାଇଁ ସୁକ୍ରବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଗୁଡିବଣିଆ, ହୁଡିସାହି, ପୁଟିବନ୍ଧ, ଗାଙ୍ଗଟା ସାହି, କେନ୍ଦୁଆ, ଭୂଳନାଳ, ଦେଶବଂଧ ଗ୍ରାମର ଶତାଧିକ ଗ୍ରାମବାସୀଙ୍କ ଜୀବିକାରେ ଉନ୍ନତି ନିମନ୍ତେ ନୀଳଗିରି ବିଜେପି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ଓ ଉପେନ୍ଦ୍ର ଦାସ,ଗଗାଂ ଧର ମିଶ୍ରଙ୍କ ନେତୃତ୍ୱରେ ନୀଳଗିରି ଉପ-ଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ପଟା ପ୍ରଦାନ ହେଲେ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜୀବନ ଜୀବିକାର ମାନ ବୃଦ୍ଧି ହୋଇପାରିବ ବିଧାୟକ ଇଂ ସୁକାନ୍ତ କୁମାର ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତେଲିପାଳର ସରପଞ୍ଚ ସାରେଲ ବାସ୍କେ, ତେଲିପାଳର ସମିତି ସଭ୍ୟ ରାଜେଷ କୁମାର ସିଂ, ରଞ୍ଜନ ବାରିକ, ଅରବିନ୍ଦ ଦାସ, ରଞ୍ଜନ ସଂଖୁଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.