ଅସହାୟ ପରିବାର କୁ, ସହାୟତା ଯୋଗାଇଲେ ଯୁବ ବିଜେଡି
1 min read
ନୀଳଗିରି (ବିମଳ ଦଳେଇ ):ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଜନତା ଦଳ ପକ୍ଷରୁ ସମାଜ ସେବା କାର୍ଯ୍ୟକ୍ରମ ଅକ୍ଟୋବର ଦୁଇ ତାରିଖ ରୁ ନଭେମ୍ବର ଦୁଇ ତାରିଖ ପ୍ରଯ୍ୟନ୍ତ ଜାରି ରହିବ,ତାହା ଆଜି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ଦକ୍ଷିଣ ନର୍ସିଂହ ପୁର ପଂଚାୟତ ଖଡ଼ିପଦା ଗ୍ରାମ ର ଲେମ୍ବୁଧର ନାୟକ ଙ୍କ ପରିବାର କୁ ଆର୍ଥିକ ସହାୟତା କରାଯାଇଥିଲା l


ଉକ୍ତ ପରିବାର ର ଦୁଃଖ କଥା କହିଲେ, ପରିବାର ର ତିନିଜଣ ଭିନ୍ନକ୍ଷମ ଅଟନ୍ତି l ବାପା ସତ୍ୟାନନ୍ଦ ନାୟକ ଆଜକୁ ପାଞ୍ଚ ଦିନ ହେଲା ମୃତ୍ୟୁବରଣ କରିଛନ୍ତିl ରୋଜଗାର କହିଲେ ବାପା ଙ୍କ ଉପରେ ନିର୍ଭର ଶିଳ ଥିଲେ l ଭୋକ ଉପାସ ରେ ଦିନ କାଟୁଛନ୍ତି ଉକ୍ତ ପରିବାର ଲୋକl ତେଣୁ ଖବର ପାଇ ବିଜୁ ଯୁବ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ସ୍ମୃତିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱ ରେ ଏକ ଟିମି ଆସି ଉକ୍ତ ପରିବାର ପାଖରେ ପହଂଚି ଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଔପଦା ବ୍ଲକ ଯୁବ ସଭାପତି ବିଜୟ ପ୍ରଧାନ, ଶ୍ୟାମସୁନ୍ଦର ପୁର ପଂଚାୟତ ସଭାପତି କପିଳ ସାମଲ, ଈଶ୍ୱର ପଂଚାୟତ ସଭାପତି ସୀତାନାଥ ପୋଥାଳ, ଦକ୍ଷିଣ ନସିଂହ ପୁର ପଂଚାୟତ ସଭାପତି ସହ ବହୁ, ଯୁବ ବିଜେଡି କର୍ମୀ, ବରିଷ୍ଠ ନେତୃଵୁନ୍ଦ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ l ତେଣୁ ସମାଜ ସେବା କାର୍ଯ୍ୟକ୍ରମ ରେ ବାଲେଶ୍ୱର ଯୁବ ବିଜେଡି ରାଜ୍ୟ ରାଜନୀତି ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛିବୋଲି ରାଜନୀତି ମହଲରେ ଖୁବ ଚର୍ଚ୍ଚା ର ବିଷୟ ପାଲିଟିଛି l
