May 26, 2022

ବିଜେଡି ଦଳରେ ରହିଲେ ଗାଡ଼ିନମ୍ବର ଦରକାର ନାହିଁ….

1 min read

ବାଲେଶ୍ୱର (ନାରାୟଣ ମହାନ୍ତି ):ଘଟଣା ରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ବାହାନଗା ଅଞ୍ଚଳରେ ଏକ ବିଜେଡି ମାର୍କା ଗାଡ଼ି ବୁଲୁଥିବାର ଦେଖିବାଜୁ ମିଳିଛି l ଗାଡ଼ିରେ ନମ୍ବରପ୍ଲେଟ ରେ ଲାଗିଛି ଶଙ୍ଖ ଚିହ୍ନ। ସତେ ଯେମିତି ଓଡ଼ିଶା ରେ ଶାସକ ଦଳ ନେତା ଓ କୁଜି ନେତା ଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି। ଏ ସବୁକୁ ଦେଖି ଆଖି ବୁଜି ବସିଛନ୍ତି ବାଲେଶ୍ଵର ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ। ସବୁ ଜାଣି ଧୃତରାଷ୍ଟ୍ର ସାଜିଛନ୍ତି l କାଳେ ଚାକିରି ଚାଲିଯିବା ଭୟରେ ଗାଡ଼ିଟିକୁ ଧରିବାକୁ ଭୟଭୀତ ହେଉଛନ୍ତି କି? ସବୁ ରାଜନୀତି ର କମାଲ ବୋଲି ସାଧାରଣରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି। ସରକାର ଙ୍କ ଏ କି ପ୍ରକାର ନିୟମ ବୋଲି ଜନସାଧାରଣ ଙ୍କୁ ଆଶ୍ଚର୍ଯ୍ୟ କରିଛି।ବିଜେଡି ପତାକା କି ଚିହ୍ନ ରହିଲେ ଗାଡି କାଗଜ ପତ୍ର ଯାଞ୍ଚ ରୁ ବି ମୁକୁଳି ଯିବେ ଚାଳକ ବୋଲି ଧାରଣା କେବେ ସତ ହେବ ତାହା ଦେଖିବା ବାକି ରହିଲା l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.