ବିଜେଡି ଦଳରେ ରହିଲେ ଗାଡ଼ିରେ ରେଜିଷ୍ଟ୍ରେସନ୍ ନମ୍ବର ଦରକାର ନାହିଁ….
1 min read
ବାଲେଶ୍ୱର (ନାରାୟଣ ମହାନ୍ତି ):ଘଟଣା ରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ବାହାନଗା ଅଞ୍ଚଳରେ ଏକ ବିଜେଡି ମାର୍କା ଗାଡ଼ି ବୁଲୁଥିବାର ଦେଖିବାଜୁ ମିଳିଛି l ଗାଡ଼ିରେ ନମ୍ବରପ୍ଲେଟ ରେ ଲାଗିଛି ଶଙ୍ଖ ଚିହ୍ନ। ସତେ ଯେମିତି ଓଡ଼ିଶା ରେ ଶାସକ ଦଳ ନେତା ଓ କୁଜି ନେତା ଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି। ଏ ସବୁକୁ ଦେଖି ଆଖି ବୁଜି ବସିଛନ୍ତି ବାଲେଶ୍ଵର ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ। ସବୁ ଜାଣି ଧୃତରାଷ୍ଟ୍ର ସାଜିଛନ୍ତି l କାଳେ ଚାକିରି ଚାଲିଯିବା ଭୟରେ ଗାଡ଼ିଟିକୁ ଧରିବାକୁ ଭୟଭୀତ ହେଉଛନ୍ତି କି? ସବୁ ରାଜନୀତି ର କମାଲ ବୋଲି ସାଧାରଣରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି। ସରକାର ଙ୍କ ଏ କି ପ୍ରକାର ନିୟମ ବୋଲି ଜନସାଧାରଣ ଙ୍କୁ ଆଶ୍ଚର୍ଯ୍ୟ କରିଛି।ବିଜେଡି ପତାକା କି ଚିହ୍ନ ରହିଲେ ଗାଡି କାଗଜ ପତ୍ର ଯାଞ୍ଚ ରୁ ବି ମୁକୁଳି ଯିବେ ଚାଳକ ବୋଲି ଧାରଣା ସତ ହେବ କି ପ୍ରଶାସନ ପଦକ୍ଷେପ ନେବେ ତାହା ଦେଖିବା ବାକି ରହିଲା l