ଅବିସ୍ମରଣୀୟ ବିଶ୍ୱ ମଧୁମେହ ଦିବସ ପାଳିତ
1 min read
ବାଲେଶ୍ୱର (ବିମଳ ଦଳେଇ ):ଆଜି ବାଲେଶ୍ୱର ଜିଲ୍ଲା କୁରୁଡ଼ା ପାଖରେ ରହିଥିବା, ଜ୍ୟୋତି ହସ୍ପିଟାଲ ରେ ଅବିସ୍ମରଣୀୟ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି, ଏହି ଅବସରରେ ଜ୍ୟୋତି ଆନନ୍ଦ ହେଲଥ କେୟାର ଓ ଶ୍ରୀ ଜୀ ଲାଇଫ କେୟାର ଙ୍କ ମିଳିତ ଆନୁକୂଲ୍ୟରେ, ତଥା ଡାକ୍ତର ଆକାଶ କୁମାର ମୋଦି, ଡାକ୍ତର ମାନସ ନାୟକ, ଡାକ୍ତର ଭାଗିରଥୀ ପ୍ରଧାନ, ଡାକ୍ତର ସୌଭାଗ୍ୟ କୁମାର ମିଶ୍ର, ରାଜୀବ କୁମାର ଦାଶ, ପ୍ରଦୀପ୍ତ ଶେଖର ମହାପାତ୍ର, ତାପସ କୁମାର ପ୍ରଧାନ ଓ ଅନ୍ୟାନ୍ୟ ସେବିକା ମାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ, ଆଜି ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇ ଅଛି | ଇତି ମଧ୍ୟରେ ବହୁ ସଂଖ୍ୟାରେ ରୋଗୀ ତଥା ସାଧାରଣ ଜନତା ମାନେ ବହୁ ସଂଖ୍ୟାରେ ଯୋଗଦାନ ଦେଇ |ସେମାନଙ୍କର ଓଜନ, ରକ୍ତଚାପ, ରକ୍ତସରକରା, ହୃଦ ସ୍ପନ୍ଦନ ର ଗତି, ଉଚ୍ଚତା ଇତ୍ୟାଦି ସମ୍ପୂର୍ଣ୍ଣ ମାଗଣାରେ ନିରୂପଣ କରାଯାଇ ମାଗଣା ଡାକ୍ତରୀ ପରାମର୍ଶ ଦିଆଯାଇଅଛି. ବାଲେଶ୍ୱର ଜିଲ୍ଲା ରେ ପ୍ରଥମ ଥର ଅତ୍ୟାଧୁନିକ ଜ୍ଞାନ କୌଶଳର ICU ସେବା,ଦକ୍ଷ ସେବିକା ତଥା ଅଭିଜ୍ଞ ଡାକ୍ତର ଙ୍କର ସହାୟତାରେ ଅତ୍ୟାଧୁନିକ ଯନ୍ତ୍ରପାତି (Ventilator), Cardiac Monitor, Bipap , ABG, D-Dimer, Pct, TROP-I &T, 24*7 High Resolution CT Scan ସହ ବାଲେଶ୍ୱର ବାସୀଙ୍କ ସେବାରେ ଜ୍ୟୋତି ଆନନ୍ଦ ହେଲଥ କେୟାର ଦୃଢତାର ସହ ସମର୍ପିତ ହୋଇଛି | ଆଗାମୀ ଦିନରେ ଏହିପରି ସେବା ଜାରି ରହିବ, ତଥା ଅନ୍ୟାନ୍ୟ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନିର୍ଦେଶକ ମତ ରଖିଛନ୍ତି |