May 26, 2022

ଔପଦା ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

1 min read


ବାଲେଶ୍ୱର (ବିମଳ ଦଳେଇ ):ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂତନ ସ୍ମାର୍ଟ କାର୍ଡ କୁ ରାଜ୍ୟ ରାଜ୍ୟସ୍ୱ ଓ ବିପର୍ଯୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଉପଭୋକ୍ତା ମାନଂକୁ କାର୍ଡ ବଣ୍ଟନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପାଇଁ ପ୍ରତାପ ପୁର ନୋଡାଲ ୟୁପି ସ୍କୁଲ ଠାରେ ମଞ୍ଚ ପ୍ରସ୍ତୁତ କରାଯାଇ ଥିବା ବେଳେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଅପରାହ୍ନ 4ଟା ବେଳେ ସେଠାରେ ପହଁଚି ଓଡିଶା ର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡିଶା ବାସି ଙ୍କ ପାଇଁ ଯେଉଁ ଜନହିତ ପାଇଁ ଯୋଜନା କରିଚୁଛନ୍ତି,ଏବଂ ଲୋକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଠୁ ଆରମ୍ଭ କରି ମିଶନ ଶକ୍ତି, ମମତା ଯୋଜନା,ଓ କାଳିଆ ଯୋଜନା କରି ନାରୀ କୃଷକ ମାନଂକୁ ସବୁବେଳେ ଅଗ୍ରାଧିକାର ଦେଉଥିବା ବେଳେ ଓଡିଶା ର କଳା ସଂସ୍କୃତି ଓ ତ୍ରିର୍ଥସ୍ଥାନ ମଠ ମନ୍ଦିର ମାନଙ୍କ ର ଉନ୍ନତି କରଣ କରି ଦେଶ ରେ ଓଡିଶାଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି ନିଜ ଭାଷଣ ମାଧମ ରେ ଜଣାଇ ଥିଲେl ପରେ ଉପସ୍ଥିତ ରହିଥିବା ହିତାଧିକାରୀ ଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା, ତସିଲଦାର ଶରତ କୁମାର ମଲିକ, ନୀଳଗିରି ବିଜେଡି ବିଧାୟକ ପ୍ରାଥୀ ସନ୍ତୋଷ ଖଟୁଆ, ସରପଞ୍ଚ ମଧୁସୂଦନ ମଲିକ, ସମିତି ସଭ୍ୟ ଅଶୋକ କୁମାର ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷ ନିର୍ମଳା ବିଶ୍ୱାଳ, ଜିଲ୍ଲାପରିଷଧ ସଭ୍ୟା ସୁଭାଷିନୀ ବିଶ୍ୱାଳ ପ୍ରମ୍ମୁଖ ଉପସ୍ଥିତ ଥିବା ବେଳେ ଔପଦା ବିଡ଼ିଓ ରୋଜାଲିନି ବେହେରା ଧନ୍ୟବାଦ ଦେଇ ବ୍ଲକ ସ୍ତରୀୟ 19773ଜଣ ଉପଭୋକ୍ତା ଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି କହିଥିଲେ l ସେହିପରି ତଳକିଆ ପଂଚାୟତ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ତଳକିଆ ୟୁପି ସ୍କୁଲ ରେ ନିକଟରେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ବଣ୍ଟନ କରିଥିଲେ l ଏକ ବିଶାଳ ବାଇକି ରାଲି ମାଧ୍ୟମ ରେ ଔପଦା କଲେଜ ଛକ ଠାରୁ ମଞ୍ଚ ପ୍ରଯ୍ୟନ୍ତ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଙ୍କୁ ସ୍ୱାଗତ ସହ ଅଣାଯାଇଥିଲା l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.