ନୀଳଗିରି କିଷାନ କଂଗ୍ରେସ ପକ୍ଷରୁ ଆଗାମୀ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀ ରେ ଏକ ଜରୁରୀ ବୈଠକ

ନୀଳଗିରି/ବାଲେଶ୍ୱର (ବିମଳ ଦଳେଇ ):ନୀଳଗିରି କିଷାନ କଂଗ୍ରେସ ପକ୍ଷରୁ ଯୋଶଦା ନନ୍ଦନ ସିଂ ଙ୍କ ତତ୍ୱବଧାନରେ. ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଙ୍କ ବାଦ ଭବନ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକରେ କିସାନ କଂଗ୍ରେସ ର ବରିଷ୍ଠ ନେତା ସନାତନ ଜେନା ଅଧ୍ୟକ୍ଷତା କରିଥିବା ବେଳେ. ପୂର୍ବତନ ବିଧାୟକ ଶ୍ରୀ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ. ଏବଂ ଆଗକୁ ହେବାକୁ ଥିବା ପଂଚାୟତ ନିର୍ବାଚନ ରେ କଂଗ୍ରେସ ତୃଣମୂଳ ସ୍ତରରୁ ସଂଗଠିତ କରିବା ପାଇଁ କିସାନ କଂଗ୍ରେସ ର ଏକ ପ୍ରମ୍ମୁଖ ଭୂମିକା ରହିଛି. ଓ ପ୍ରତି ପଂଚାୟତ ରେ କିସାନ କଂଗ୍ରେସ ସଂଗଠିତ ଓ ଶୃଙ୍ଖଳିତ ହୋଇ କାର୍ଯ୍ୟ କଲେ ପଂଚାୟତ ନିର୍ବାଚନ ରେ କଂଗ୍ରେସ ନିଶ୍ଚିତ ବିଜୟ ହୋଇ ପାରିବ. ଅନ୍ୟ ପକ୍ଷରେ ଅବାହକ ଶ୍ରୀ ସିଂହ କହିଥିଲେ ନିର୍ବାଚନ ମଣ୍ଡଳୀ ର ସମସ୍ତ ପଂଚାୟତ ବରିଷ୍ଠ ନେତା. ଓ କର୍ମୀ ଆସିଥିବା ରୁ 75ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅଭିନନ୍ଦନ ସ୍ୱାଗତ ଜଣାଇଥିଲେ. କିସାନ କଂଗ୍ରେସ ର ପଂଚାୟତ ରେ ନେତା. ଓ କର୍ମୀ ଙ୍କର ମନର କଥା କୁ କହିବାକୁ ଯାଇ. ସେ କହିଥିଲେ ଯଦି ଶ୍ରୀ ଆଚାର୍ଯ୍ୟ ଙ୍କୁ ଆଗାମୀ ପଂଚାୟତ ନିର୍ବାଚନ ରେ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଏ. ତାହାଲେ କଂଗ୍ରେସ ର ଜିତ ନିଶ୍ଚିତ ହେବ. ଯାହା ନିର୍ବାଚନ ମଣ୍ଡଳୀର ତୃଣମୂଳ ସ୍ତରରୁ ମତ ପ୍ରକାଶ ପାଇଛି ବୋଲି ଶ୍ରୀ ସିଂହ କହିଥିଲେ. ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ବେହେରା. ପର୍ଶୁ ପଲେଇ. ଅର୍ପିତି ସ୍ୱାଇଁ. ରାମକୃଷ୍ଣ ଜେନା. ଦୈତାରୀ ମହାଳିକ. ହେମନ୍ତ ନାୟକ. ଭାଗିରଥି ବେହେରା. ଗୌରାଙ୍ଗ ନାୟକ. କୁଶ ସିଂ କୈଳାଶ ପାତ୍ର. କାଚୁ ମାଝୀ ଯୋଶଦା ନାୟକ. ଜ୍ଞାନ ସାହୁ. ହରିହର ଗିରି. ମନିଦ୍ର ନାୟକ. ରତିକାନ୍ତ ବେହେରା. ବିଜୟ ଗିରି. ଶ୍ରୀକାନ୍ତ ପାଣିଗ୍ରାହୀ. ଉଜ୍ୱଳଦେବ ଗୋସ୍ୱାମୀ. ରମାକାନ୍ତ ମଲିକ ଙ୍କ ସମେତ ଶତାଧିକ କର୍ମୀ ଉକ୍ତ ବୈଠକରେ ଉପସ୍ଥିତ ରହିଥିଲେ.