May 26, 2022

ଶିଥିଳ ପଡିଗଲାକି ଆଦର୍ଶବିଦ୍ୟାଳୟ ଆନ୍ଦୋଳନ ଘଟଣା, ସଚେତନ ନାଗରିକ ମଞ୍ଚ ଏବେ ଶୂନଶାନ….

1 min read


ବାହାନଗା/ବାଲେଶ୍ୱର(ସାମ୍ୟ ସୌରଭ ରାଉତ ): ଦିନେ ଗର୍ଜନ ଛାଡୁଥିବା ମଞ୍ଚ ଏବେ ପୁରା ଶୂନଶାନ ସ୍ମଶାନ ପାଲଟି ଯିବା ପରି ମନେ ହେଉଛି l ଆଉ ଦେଖିବାକୁ ମିଳୁନି ସେ ତାତି l ସମ୍ପାଦକ, ସଭାପତି ଙ୍କ ଉଷୁମ ଦିଆ ଭାଷଣ କି ଲୋକ ଗହଳି l ଖାଲି ପଡ଼ିଛି ମଞ୍ଚ କିନ୍ତୁ ଅଛି ବେନର ଆଉ ଚେୟାର ଉପରେ ଜାତିର ପିତା ଙ୍କ ଫୁଲମାଳ ଦିଆ ଫୋଟୋ l
ଘଟଣା କ୍ରମଟି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାହାନଗା ଆଦର୍ଶ ବିଦ୍ୟାଳୟ ଗୋପାଳପୁର ସ୍ଥାନାନ୍ତରଣ ମାମଲାରେ ନିଜର ହକ ଦାବୀ କରି ବାହାନଗା ପଂଚାୟତ ସଠି ଗ୍ରାମରେ ଗଢି ଉଠିଥିଲା ସଚେତନ ନାଗରିକ ମଞ୍ଚ l ଶହଶହ ଲୋକଙ୍କ ପରାମର୍ଶ ଓ ସହଯୋଗରେ ଆରମ୍ଭ ହୋଇଥିଲା ଆନ୍ଦୋଳନ l ବାହାନଗା ରେ ଆଦର୍ଶ ବିଦ୍ୟାଳୟ ହେବାର ସୁନିଶ୍ଚିତ ନାରାବାଜି ଆଉ ଭାଷଣ ଦେଇ ଆରମ୍ଭ ହେଲା ଆନ୍ଦୋଳନ ଏବଂ ପର ମୁହୂର୍ତ୍ତ ରେ ନେଲା ଗଣ ଧାରଣାର ରୂପ l ସକାଳ ସନ୍ଧ୍ୟା ଚାଲିଲା ମିଟିଙ୍ଗ l ଗରମାଗରମ ଭାଷଣବାଜି ସାଙ୍ଗକୁ ଫୋଟୋ ଉଠା, ମିଡ଼ିଆ ଡାକ କାରବାର l ଅଖିଆ ଅପିଆ ଚାଲିଲା ଧାରଣା l ସୂତ୍ରଧର ଦେଇ ଚାଲିଲେ ଆଶ୍ୱାସନା ର ଭାଷଣ l ମାମଲା ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି କଚେରୀ ଧରିଲା l ଦିନ ପରେ ଦିନ ଗଡିଚାଲିଲା……. ହେଲେ ସବୁ ଫୁସ, ଆଉ ନାହିଁ ତାତି, ଆଉ ଶୁଭୁନି ଭାଷଣ କି ଆଉ ଦେଖାଯାଉନି ଜନସମାଗମ l ବିଚରା ମହିଳା ଆଉ ପୁରୁଷ ପୋଲିସ ଙ୍କୁ ଛାଡିଦେଲେ ମଞ୍ଚ ପୁରା ଖାଁଖାଁ l ରାତିରେ ଦିନରେ ଧାରଣା ଦେବାକୁ ଲୋକ ଖୋଜା ଚାଲିଛି l କିନ୍ତୁ ମଞ୍ଚରେ ଆଉ କାହା ଦର୍ଶନ ନାହିଁ l ସତରେ କଣ ଲୋକଙ୍କୁ ଦେଖାଇ ଥିବା ସ୍ବପ୍ନ ଏ ମଞ୍ଚ ଅଧା ରଖିଦେବେ ନା ଚାପରେ ନିଜକୁ ଭସ୍ମ କରିଦେଲା ତାହା କେବଳ ସମୟ ଅପେକ୍ଷାରେ……

Leave a Reply

Your email address will not be published.

Copyright © All rights reserved. | Newsphere by AF themes.