June 26, 2022

ମୋ ସ୍କୁଲ ଅଭିଯାନ ରେ ସନ୍ତରା ଗଡିଆ ଉଚ୍ଚ ପ୍ରାଥମିକ ନୋଡାଲ ସ୍କୁଲ ଲୋକାର୍ପଣ

1 min read

ନୀଳଗିରି (ବିମଳ ଦଳେଇ ): ରାଜ୍ୟ ସରକାର ଙ୍କର 5t ନିୟମ ଅନୁଯାଇ ଆଜି ରାଜ୍ୟ ସରକାର ଙ୍କର ଦ୍ୱାରା ବାଲେଶ୍ୱର ଜିଲ୍ଲା ର 135ଟି ସ୍କୁଲ କୁ ଭିଡିଓ କନଫରେନ୍ସ ଜରିୟା ରେ ଲୋକାର୍ପଣ କରାଯାଇଥିଲା ବେଳେ ସନ୍ତରା ଗଡିଆ ଉଚ୍ଚ ପ୍ରାଥମିକ ନୋଡାଲ ସ୍କୁଲ ବି କରାଯାଇ ଥିଲା l ତେଣୁ ଏହି ଅବସରରେ ଆୟୋଜନ ହୋଇଥିବା ଉକ୍ତ ବିଦ୍ୟାଳୟ ରେ ନିର୍ମାଣ କରାଯାଇଥିବା ସ୍ମାର୍ଟ କ୍ଲାସ ରୋମ ରେ ଏକ ସାଧାରଣ ସଭା ଜରିଆରେ ରାଜ୍ୟ ସରକାର ଙ୍କୁ ଉପସ୍ଥିତ ରହିଥିବା ବହୂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଧନ୍ୟବାଦ ଜଣାଇବା ସହ ଶିକ୍ଷା ପ୍ରତି ଏହିପରି ପ୍ରୟାସ ପାଇଁ ଭୂୟଶି ପ୍ରଂଶସା କରାଯାଇଥିଲା ଏବଂ ଏହା ଦ୍ୱାରା ପିଲାମାନେ ଶିକ୍ଷା କ୍ଷତ୍ରରେ ଉଚ୍ଚ ଶିକ୍ଷା ଅର୍ଜନ କରି ଦେଶ ବିଦେଶ ର ଓଡିଶା ର ଶିକ୍ଷା ର ପ୍ରତି ଏହିଭଳି ଅଗ୍ରଗତି ପାଇଁ ବେଶ ଚର୍ଚ୍ଚା ହେବ ବୋଲି ସାଧାରଣ ରେ କୁହାଯାଇଛି l ଶିକ୍ଷା ପାଇଁ ଓଡିଶା ଅନ୍ୟ ରାଜ୍ୟ ଅପେକ୍ଷା ବେଶ ଅଗ୍ରଗତି ହୋଇ ପାରିଛି, ବୋଲି 5t ଜରିଆରେ ରେ କୁହାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ହେମନ୍ତ ପାଣିଗ୍ରାହୀ,ସମସ୍ତ ଶିକ୍ଷକ, ନବମ ଓ ଦଶମ ଶ୍ରେଣୀ ର ବହୂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ବିଦ୍ୟାଳୟ ର ସଭାପତି କପିଳ ସାମଲ, ଦୁଇ ନମ୍ବର ଜୋନ ର ଜିଲ୍ଲାପରିଷ ଉଷାରାଣି ରାଉଳ, ବରିଷ୍ଠ ଆଇନିଜୀବି ଅମେରେନ୍ଦ୍ର ପଟନାୟକ, ପୁରାତନ ଛାତ୍ର ସଭାପତି ବୈଦ୍ୟନାଥ ମହାନ୍ତି, ସେକ୍ରେଟାରୀ ହିମାଂଶୁ ଶେଖର ସେନାପତି, ସ୍ଥାନୀୟ ସରପଞ୍ଚ, ଓ ୱାର୍ଡ଼ ମେମ୍ବର, ଏସଏନସି ର ସମସ୍ତ ମେମ୍ବର ମାନେ ଉପସ୍ଥିତ ରହିଥିଲେ l .

Leave a Reply

Your email address will not be published.

Copyright © All rights reserved. | Newsphere by AF themes.