May 26, 2022

ଧାରଣା ସ୍ଥଳରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ……

1 min read


ବାହାନଗା/ବାଲେଶ୍ୱର : ଦୀର୍ଘ୨0 ଦିନ ଧାରଣାରେ ବସିବା ପରେଦେଖିବାକୁ ମିଳିଲା କେନ୍ଦ୍ରମନ୍ତ୍ରୀ ଙ୍କ ମୁଁହ l
ଘଟଣା ରୁ ପ୍ରକାଶ ବାହାନଗା ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତରଣ ମାମଲା ରେ ଆଜକୁ ପ୍ରାୟ ୨0ଦିନ ଧରି ଦିବାରାତ୍ର ଧାରଣା ରେ ଥିଲେ ବାହାନଗା ନାଗରିକ ମଞ୍ଚ ର ସଦସ୍ୟ ହେଲେ, ଦେଖିବାକୁ ମିଳି ନ ଥିଲା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ନିର୍ବାଚିତ ପ୍ରତିନିଧି ଙ୍କ ମୁଂହ l ମାତ୍ର (15/9/21 ) ଆଜି କେନ୍ଦ୍ର ରାଷ୍ଟ୍ର ଜଳଶକ୍ତି ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ଯୁକ୍ତ ବିଶେଶ୍ୱର ଟୁଡୁ ଙ୍କ ଅଚାନକ ଗସ୍ତ କରି ଧାରଣା ରତ ବାହାନଗା ନାଗରିକ ମଞ୍ଚର ସଦସ୍ୟ ଙ୍କୁ ଆଶ୍ୱାସନା ଦେଇଥିଲେ l ଶ୍ରୀଯୁକ୍ତ ଟୁଡୁ ତାଂକ ବକ୍ତବ୍ୟରେ କହିଥିଲେ ଯେ, ସେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଓ ବାଲେଶ୍ୱର ଜିଲ୍ଲାପାଳ ଏବଂ ଓଡିଶା ଶାସନ ସଚିବ ଙ୍କସହ ଉକ୍ତ ଘଟଣାବଳୀ ଆଲୋଚନା କରିବାର ପ୍ରତିଶୃତି ଦେଇଥିଲେl ଏହି ଧାରଣା ସ୍ଥଳରେ ୫00 ରୁ ଅଧିକ ଲୋକ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l କେନ୍ଦ୍ରମନ୍ତ୍ରୀ ଙ୍କ ପ୍ରତିଶୃତି ପରେ ଧାରଣକାରୀ ଓ ଉପସ୍ଥିତ ଅଞ୍ଚଳ ବାସୀଙ୍କ ମନରେ ଆଶ୍ବସ୍ତି ଭାବ ଦେଖିବାକୁ ମିଳିଥିଲା l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.