June 26, 2022

ନୂତନ ମନ୍ତ୍ରୀ ମାନଙ୍କୁ ବାଲେଶ୍ଵର ରେ ସ୍ଵାଗତ

1 min read

ବାଲେଶ୍ୱର (ଦେବାଶିଷ ଦାଶ ):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନୂଆ ଟିମ ର ସ୍ଥାନ ପାଇଥିବା ୨ ମନ୍ତ୍ରୀ ଙ୍କୁ ବାଲେଶ୍ଵର ବିଜେଡି ତରଫରୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ l

ପର୍ଯ୍ୟଟନ, ଅବକାରୀ , ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ ପାତ୍ର ଓ ଶିଳ୍ପ , ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ବାଲେଶ୍ଵର ଗସ୍ତ ସମୟରେ ଜିଲ୍ଲା ସର୍କିଟ ହାଉସ ଠାରେ ସ୍ଵାଗତ କରାଯାଇଥିଲା l ବଡ଼ କଥା ହେଲା ‌ଏ‌ ୨ ଜଣ ମନ୍ତ୍ରୀ ହେଲେ ବାଲେଶ୍ଵର ଜିଲ୍ଲାର ବିଜେଡି ସଂଗଠନ ସହ ଜଡ଼ିତ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ୨ ଜଣଙ୍କୁ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ସେ ବେଶ୍ ଭଲ ଭାବରେ ତୁଲାଇବେ ବୋଲି ସମସ୍ତ ଙ୍କ ର ଆଶା ଓ ଭରସା ଅଛି ।

ଏହି ସ୍ଵାଗତ କାର୍ଯ୍ୟକ୍ରମ ରେ ବାଲେଶ୍ଵର ଜିଲ୍ଲାର ସମସ୍ତ ବିଧାୟକ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ , ବାଲେଶ୍ଵର ପୈରଦକ୍ଷା ଶ୍ରୀମତୀ ସବିତା ସାହୁ ,ନୀଳଗିରି ଏନ୍ ଏ ସି ଅଧକ୍ଷା ଅମ୍ବିକା ଦାସ , ରେମୁଣା ଅଧକ୍ଷା ଶ୍ରୀମତୀ ତନୁଜା ଗିରି ଓ ଅନେକ ବିଜେଡି ଛୋଟ ବଡ଼ ନେତା ଯୋଗଦେଇଥିଲେ l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.