ମୋଦିଜୀ ଙ୍କର ଜନ୍ମଦିନ କୁ ନୀଳଗିରି ଭାରତୀୟ ଜନତା ପାର୍ଟି ତରଫରୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି
1 min read
ନୀଳଗିରି/ବାଲେଶ୍ୱର (ବିମଳ ଦଳେଇ 17/9:ଆଜି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ଦାମୋଦର ମୋଦିଜୀ ଙ୍କର, 71ତମ ଜନ୍ମଦିନ ଉପଲକ୍ଷେ, ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ର, ଭାରତୀୟ ଜନତା ପାର୍ଟି ତରଫରୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି, ସେବା ଓ ସମର୍ପଣ ଅଭିଯାନ, ସ୍ୱଚ୍ଛ ଭାରତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ପ୍ରଥମେ ନୀଳଗିର ହସ୍ପିଟାଲ ରେ ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ, ରୋଗୀଙ୍କୁ କିପରି ଉନ୍ନତ ରୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯିବ, ସେନେଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗି, ଦୃଷ୍ଟି ନିରକ୍ଷଣ କରିଥିଲେ, ପରେ ଅଯୋଧ୍ୟା ହସ୍ପିଟାଲ ପରିସରରେ ସ୍ୱଚ୍ଛ ଭାରତ ସହ ବୃକ୍ଷ ରୋପଣ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ନନ୍ଦ,ପୂର୍ବତନ ଜିଲ୍ଲା ସଭାପତି ସମରଶଙ୍କର କାନୁନଗୋ, ଯୁବ ସଭାପତି ସୁଶାନ୍ତ ପରିଡା, ରଂଜିତ ପଣ୍ଡିତ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ଦେବାଶିଷ ଆଚାର୍ଯ୍ୟ, ଅଶୋକ ନାୟକ, ରାକେଶ ପ୍ରମ୍ମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ, ଏବଂ ଉକ୍ତ କାର୍ଯ୍ୟକ୍ରମ ଏକ ସପ୍ତାହ ଧରି, ନୀଳଗିରି ର ବିଭିନ୍ନ ଅଂଚଳ ରେ କରାଯିବ ବୋଲି ନୀଳଗିରି ଭାରତୀୟ ଜନତା ପାର୍ଟି ତରଫରୁ କୁହାଯାଇଛି l



