May 26, 2022

ବାହାନଗା ବଜାର ରେ ପ୍ରତିଦିନ ଚୋରୀ, ନିଷ୍କ୍ରିୟ ପୋଲିସ ବିଭାଗ….

1 min read


ବାହାନଗା/ବାଲେଶ୍ୱର(3/10/21): ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେ ଦୋକାନ ଚୋରୀ ଦିନକୁ ଦିନ ବଢ଼ି ଚାଲିଛି l ଚୋର ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଛି l ଦୁଇ ଥାନା ସୋର ଓ ଖନ୍ତାପଡ଼ା ର ସୀମାରେ ଏହି ବାହାନଗା ବଜାର ଟି ଅବସ୍ଥିତ l କିନ୍ତୁ ଦୋକାନୀ ଙ୍କୁ ସୁରକ୍ଷା ଦେବାରେ ଦୁଇ ଥାନା ଅସମର୍ଥ ବୋଲି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି l


ପ୍ରତିଦିନ ରାତିରେ ଚୋରୀ ହେଉଛି l ରାତ୍ରୀ ଜଗୁଆଳି ଭାବରେ ଦୁଇ ହୋମଗାର୍ଡ ଡ୍ୟୁଟି କରୁଛନ୍ତି l କିନ୍ତୁ କେବଳ ନାଁ କୁ ମାତ୍ର ହାଜରା ପକାଇ ଶୋଇ ପଡୁଛନ୍ତି ବୋଲି ଲୋକେ କୁହାକୁହି ହେଉଛନ୍ତି, ନ ହେଲେ ପ୍ରତିଦିନ ଚୋରୀ କିପରି ହେଉଛି ?

ଗତକାଲି ରାତି (2/10/21) ରେ ବାହାନଗା କଲେଜ ରୋଡ଼ ରେ ଅବସ୍ଥିତ ହରି ମୋବାଇଲ ଦୋକାନରୁ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କାର ମୋବାଇଲ ସାମଗ୍ରୀ ସହିତ, ଗୋଟିଏ ଲାପଟପ, ନଗଦ ପ୍ରାୟ ସାତ ହଜାର ଟଙ୍କା ଓ ପାଞ୍ଚଟି ଓପୋ ମୋବାଇଲ ଫୋନ ଚୋରୀ ହୋଇଥିବାର ଖବର ମିଳିଛି l ଏହି ଦୋକାନୀ ମାଲିକ ଗୟାଧର ଦାସ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି କି ଦୁଇ ତାରିଖ ରାତି ୧0 ଟା ବେଳେ ଦୋକାନ ବନ୍ଦ କରି ଯାଇଥିଲେ l ତା ପରଦିନ ସକାଳେ ଆସି ଦେଖନ୍ତି ତ ଦୋକାନ ଟି ର ତାଲା ଭାଙ୍ଗି ଚୋରୀ ହୋଇ ଯାଇଛି l ଏମିତି ଆଗରୂ ମଧ୍ୟ ତାଂକ ଦୋକାନ ଦୁଇ ଥର ଚୋରୀ ହୋଇଥିଲା ଏବଂ ସେ ଥାନାରେ ଅଭିଯୋଗ କରିଥିଲେ, ମାତ୍ର ତାଙ୍କୁ କୌଣସି ସୁଫଳ ମିଳି ନ ଥିଲା ବୋଲି ପ୍ରକାଶ କରିଛନ୍ତି l

ଏଠି ପ୍ରଶ୍ନ ଉଠୁଛି, କେବେ ପୋଲିସ ର ନିଦ ଭାଙ୍ଗିବ l କେବେ ଚୋର ଙ୍କୁ ସାବାଡ଼ କରିବେ ପୋଲିସ ବାବୁ ଦେଖିବା ବାକି ରହିଲା l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.