May 26, 2022

ବିଦ୍ୟୁତ ଆଘାତରେ ଚାଷୀ ମୃତ୍ୟୁ ଘଟଣାରେ ବାଲେଶ୍ୱର ସାଂସଦଙ୍କ ସହଯୋଗ….

1 min read

ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ପାଇଁ କସବା ଜୟପୁର ପଂଚାୟତର ଗଣେଶ କୁମାର ଜେନାଙ୍କ ଜୀବନ ବିଦ୍ୟୁତ ତାର ଲାଗି ଧାନ ଖେତରେ ଧାନ ରୋଇବା ସମୟରେ ଚାଲିଯିବାର ଘଟଣା ଅତ୍ୟନ୍ତ ହୃଦୟ ବିଦାରାକ l ଖବର ପାଇ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉକ୍ତ ସ୍ଥାନରେ ପହଁଚି ବିଦ୍ୟୁତ ବିଭାଗର ସମସ୍ତ ଉପରସ୍ଥ ଅଧିକାରୀ, କଲେକ୍ଟର , ଆଇଜି ,ଏସପି ଙ୍କ ସହ କଥା ହେବା ପରେ ଘଟଣା ସ୍ଥଳକୁ ଯାଇ ଡ଼ିଏସପି , ଆଇଆଇସି , ତହସିଲଦାର , ଇଲେକ୍ଟ୍ରିକାଲ ଏକ୍ସଜୁକୁଟିଭ ଅଫିସର ,ଇଲେକ୍ଟ୍ରିକାଲ ଏସଡ଼ିଓ ଏବଂ ଅନ୍ୟ ଅଧିକାରୀ ମାନଙ୍କୁ ସେଠାକୁ ଡକାଇ ମୃତ ବ୍ୟକ୍ତିଙ୍କ ପତ୍ନୀ,ଦୁଇ ଭାଇ,ସରପଞ୍ଚ ଓ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ପାଇଁ ୫୦୦୦୦ ଟଙ୍କାର ତତ୍କାଳ କ୍ଷତିପୂରଣ ବ୍ୟବସ୍ଥା କରି ମୃତ ଗଣେଶ କୁମାର ଜେନାଙ୍କ ସ୍ତ୍ରୀକୁ ଚାକିରୀ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ଲିଖିତ ଚୁକ୍ତିନାମା କରାଇବା ସହ ଆନ୍ଦୋଳନକାରୀ ମାନଙ୍କୁ ବୁଝାଇ ରାସ୍ତା ଅବରୋଧ ଉଠା କରାଇଥିଲେ l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.