ମିତ୍ରପୁର ରେ ବୁଲିଲା ଦିନ ଦ୍ବିପହରରେ କଟୁରୀ। ୨ ଗୁରୁତର ୧ ଥାନା ରେ ଅଟକ ,,,

ନୀଳଗିରି (ଦେବାଶିଷ ଦାସ ):ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅର୍ନ୍ତଗତ ମିତ୍ରପୁର କଲ୍ୟାଣି ଗ୍ରାମର କାଳିପ୍ରସାଦ ନାୟକ ଓ ତାଙ୍କ ପୁଅ ସହିତ ମିତ୍ରପୁର ଅଞ୍ଚଳ ର ଯୁବକ କାଳିଆ ସହିତ ନିଜର ଜମି ଜମା କଥା କଟାକଟି ହୋଇଥିଲା , ଉକ୍ତ ଘଟଣା ଆସ୍ତେ ଆସ୍ତେ ଉଗ୍ରରୂପ ନେଇଥିଲା , ପରେ କାଳିଆ ର ଭାଇ ଅମ୍ବିକା ପ୍ରସାଦ ଙ୍କ ସହ ୧୫ ରୁ ୨୦ ଜଣ ଯୁବକ ମାରଣାସ୍ତ୍ର ଧରି ବାପ , ପୁଅ ଙ୍କୁ ଅତର୍କିତ ଆର୍କମଣ କରିଥିଲେ ଫଳରେ କାଳିପଦ ଙ୍କ ମୁଣ୍ଡରେ ଗଭୀର ଆଘାତ ହବା ସହ ପୁଅ ମଧ୍ୟ ଆହତ ହୋଇଛନ୍ତି , ଉକ୍ତ ରାସ୍ତା ଦେଇ ୧ ଟ୍ରକ ଆସୁଥିଲା । ରାସ୍ତା କଣ ପାଇଁ ଏତେ ଭିଡ଼ ହୋଇଛି ବୋଲି ଟ୍ରକ୍ ର ହେଲପର ଉଲ୍ଲାଇ ଦେଖିବା ବେଳକୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ , ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ୨ ଜଣ କାଳିପଦ ଓ ହରିଶ୍ଚନ୍ଦ୍ର ଙ୍କୁ ୧୦୮ ଯୋଗେ ନୀଳଗିରି ଡାକ୍ତର ଖାନା କୁ ଚିକିତ୍ସା ପାଇଁ ପଠାଇଥିଲେ ଓ କାଳିପଦ ର ପୁଅ କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।। ପୋଲିସ ପହଞ୍ଚିବା ପୂର୍ବରୁ ଘଟଣାସ୍ଥଳରୁ ଅମ୍ବିକା ପ୍ରସାଦ ଓ ତାଙ୍କ ସହ ଆସିଥିବା ୧୫ ରୁ ୨୦ ଲୋକ ଛୁ ମାରିଥିଲେ। ,,,,