ନିର୍ଯାତନା ସହିନପାରି ଆଶ୍ରମରୁ ଫେରାର ଦୁଇ ପିଲା ଉଧାର

ବାହାନଗା, ବାଲେଶ୍ୱର (ଆମହକନ୍ୟୁଜ ):ବାଲେଶ୍ବର ଜିଲ୍ଲା, ବାହାନଗା ବ୍ଲକ
ଅଭଣା ପଞ୍ଚାୟତ ଆଳଦାରେ ଥିବା ମଲ୍ଲିକା ସେବାଶ୍ରମର ୨ ଅନ୍ତେବାସୀ ନିର୍ଯାତନା ସହି ନପାରି ରାତିରେ ଆଶ୍ରମ ଛାଡ଼ିଥିବା ଜଣାପଡ଼ିଥିଲା ।
ପିଲାମାନେ ୧୦ କିମି ଦୂର ଚାଲି ଚାଲି ଯାଇ ଗୋପାଳପୁର ବଜାରରେ ପହଞ୍ଚିଥିଲେ।
ରାତିରେ ୨ ଜଣ ନାବାଳକ କୁଆଡ଼େ ଯାଉଛନ୍ତି ବୋଲି ସ୍ଥାନୀୟ ଦୋକାନୀ ମାନେ ପିଲାଙ୍କୁ ଉଦ୍ଧାର କରି ବିଡିଓ, ପୁଲିସକୁ ଖବର ଦେଇଥିଲେ।
ଶେଷରେ ବାଲେଶ୍ବର ଚାଇଲଡ ଲାଇନ ଶାଖା ଖଇରା ଅଞ୍ଚଳର ୨ ସଦସ୍ୟ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରିଥିଲେ। ବରହମପୁର ଥାନା ରାଉଦିଆ ଗାଁର ଶଙ୍କୁରୁ ସିଂ(୧୧) ଓ କପ୍ତିପଦା ଥାନା ଅଞ୍ଚଳର ରୁଦ୍ର ବିନ୍ଧାଣୀ(୮) ବୋଲି ଜଣାପଡ଼ିଥିଲା।
ପରେ ବାହାନଗା ବିଡିଓ ରାଜେନ୍ଦ୍ର ନାରାୟଣ କର, ଗୋପାଳପୁର ଫାଣ୍ଡି ଅଧିକାରୀ ହୃଦୟ ମାଧବ ଦାସ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦ୍ଧାର ନାବାଳକଙ୍କୁ ବାଲେଶ୍ବର ଚାଇଲଡ ଲାଇନରେ ହସ୍ତାନ୍ତର କରିଛନ୍ତି।

ତେବେ ଆଶ୍ରମର ଦିଦି ଓ ସାର ଘର କାମ, ଲୁଗା ସଫା କରାଇବା ସହ ବିଭିନ୍ନ କାମ କରାନ୍ତି ।
ମାରଧର ବି କରନ୍ତି ।ଦିଦିଙ୍କୁ ପଚାରିବାରୁ ତାଙ୍କର ଅତ୍ୟଧିକ ନୀରବତା ସନ୍ଦେହ କୁ ପ୍ରମାଣ ମଧ୍ୟ କରୁଛି ।

ତେଣୁ ନିର୍ଯାତନା ସହି ନପାରି ସେମାନେ ଆଶ୍ରମ ଛାଡ଼ିଥିବା କହିଛନ୍ତି।