May 26, 2022

ପ୍ରମୋଦ ଭଗତଙ୍କୁ ସମ୍ମାନିତ କଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ଼ (ଦୟାସାଗର )24/9: ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର(ଆଜି )ଜିଲ୍ଲାର ସୁନା ପୁଅ ଭାବେ ସାମ୍ପ୍ରତିକ ଭାବେ ପ୍ରସିଦ୍ଧି ଲାଭ କରିଥିବା ଟୋକିଓ ପାରା ଅଲମ୍ପିକ୍ସ ର ବ୍ୟାଟମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ସମ୍ମାନିତ କରାଯାଇଛି। ବରଗଡ଼ ଟାଉନ୍ ହଲଠାରେ ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ସମ୍ମାନିତ କରାଯାଇଛି ସଂଗଠନ ତରଫରୁ। ଏହି କାର୍ୟ୍ୟକ୍ରମରେ ମହିଳା ପ୍ରମୁଖ ମେନକା ବାଗ୍, ସମ୍ପାଦିକା ରିତାଲୀ ଦାଶ, ଆଜୀବନ ସଭ୍ୟ ତଥା ସମାଜସେବୀ ବିନୋଦ ଅଗ୍ରୱାଲ ଓ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ମୁକୁନ୍ଦ ଦାଶ ଯୋଗ ଦେଇ ଅଭିନନ୍ଦନ ଜଣାଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.