May 26, 2022

ବରଗଡ଼ ରେ ଗଜଲକ୍ଷ୍ମୀ ପୂଜା

1 min read

ବରଗଡ଼ (ଦୟାସାଗର ପାଇକ ):ବରଗଡ ବ୍ଲକ ଅନ୍ତର୍ଗତ ୱାର୍ଡ ନମ୍ବର 16ଗାନ୍ଧୀନଗର, ଭିଏସଏସ   ନଗର ୱର୍ଡ ନମ୍ବର 09 ଠାରେ ଗଜଲକ୍ଷ୍ମୀ ପୂଜା କମିଟୀ ପକ୍ଷରୁ  ସରକାରଙ୍କ କୋଭିଡ ନିୟମ ଓ କଟକଣା ସହ ନିଡ଼ାମ୍ବର ସହିତ ପାଳିତ ହୋଇଅଛି l ଏହି ସାର୍ବଜନୀନ ପୂଜା ପାଇଁ ବୁଧୁବାର ମଧ୍ୟାହ୍ନ ରେ ଶ୍ରୀ ଶିବପାର୍ବତୀ ଙ୍କ  ମନ୍ଦିର ପାଖ କେନାଲ ଠାରୁ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଛି ଓ  ଅଧିବାସ କର୍ମ ଅନୁଷ୍ଠିତ ହୋଇଛି l ଏହା ପରେ ସୂର୍ଯ୍ୟପୂଜା,ପାର୍ଶ୍ଵ ଦେବତା ପୂଜା,  ମୃଣୟୀ ଚକ୍ଷୁଦାନ,ପ୍ରାଣପ୍ରତିଷ୍ଠା , ହୋମ, ଆଳତୀ,ପୁଷ୍ପାଞ୍ଜଳୀ ଇତ୍ୟାଦି ଅନୁଷ୍ଠିତ ହୋଇଛି l
ଏହି ପୂଜାରେ କମିଟି ମେମ୍ବର ମାନେ ସହଯୋଗ କରିଛନ୍ତି l ପଡ଼ାବାସି ସହ  ୱାର୍ଡ ର ଅନେକ ବରିଷ୍ଟ ନାଗରିକ ଉପସ୍ଥିତ ରହିଥିଲେ lମାଆ ଗଜଲଷ୍ମୀଙ୍କର ପୂଜାରେ ସାମିଲ  ହୋଇ ଦର୍ଶନ କରିବା ସହ ସମସ୍ତଙ୍କ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.