June 26, 2022

୩ ବର୍ଷର ପ୍ରେମକୁ ଧୋକ୍କା, ବିବାହ ପାଇଁ ଲଗ୍ନ ଧରା ପୂର୍ବରୁ ପ୍ରେମିକ ଫେରାର, ପ୍ରେମିକ ଦୁଆରେ ପ୍ରେମିକାର ଅନଶନ ଜାରି

1 min read

ଭଦ୍ରକ, ତିହିଡି(ଅବଦୁଲ ଫିରୋଜ ଖାଁ ):- ତିନି ବର୍ଷର ଅନାବିଳ ପ୍ରେମକୁ ଧୋକ୍କା, ବିବାହ ପାଇଁ ଲଗ୍ନ ଧରା ପୂର୍ବରୁ ପ୍ରେମିକ ଫେରାର, ଶୁକ୍ରବାର ସକାଳୁ ପ୍ରେମିକ ଦୁଆରେ ଅନଶନ ରେ ବସିଛି ପ୍ରେମିକା । । ଲଭ୍, ସେକ୍ସ ଆଉ ଧୋକ୍କାର ଶିକାର ହୋଇ ଶେଷରେ ନିଜ ଜୀବନକୁ ବାଜି ଲଗେଇ ଦେଇଛି ଜଣେ ପ୍ରେମିକା। ବିଧବା ମାଆଙ୍କ ସମେତ କେତେକ ସମ୍ପର୍କିୟଙ୍କ ସହିତ ଅନଶନରେ ବସିଛି ପ୍ରେମିକା। ବିବାହ ନକରିବା ପର୍ଯ୍ୟନ୍ତ ଏହା ଜାରି ରହିବ ଏବଂ ବିଫଳ ହେଲେ ପ୍ରେମିକ ଦୂଆରେ ଆତ୍ମହତ୍ୟା କରିବ ବୋଲି ଚେତାବନି ଦେଇଛି ପ୍ରେମିକା। ପୋଲିସ ହସ୍ତକ୍ଷେପ କରିଥିଲେ ମଧ୍ଯ କୌଣସି ସମାଧାନ ହୋଇ ନଥିବା ଜଣା ଯାଇଛି।

ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଗାଁରେ। ଏହି ଗାଁର ଦିପାଜଂଳି ଜେନା ନାମ୍ନୀ ଜନୈକା ସାବାଳିକା ଝିଅ ସହିତ ଅମୁଲ୍ଯ ମାଝିଙ୍କ ପୁଅ ଜିତେନ୍ଦ୍ରଙ୍କ ସହ ୩ ବର୍ଷ ତଳେ ପରିଚୟ ହୋଇଥିଲା। ପ୍ରଥମେ ଜିତେନ୍ଦ୍ର ପ୍ରେମ ନିବେଦନ କରିଥିଲା ଏବଂ ଦିପାଜଂଳି ରାଜି ନହେବାରୁ ଜିତେନ୍ଦ୍ର ଆତ୍ମହତ୍ୟା କରିବ ବୋଲି କହିଥିଲା। ପରେ ଉଭୟଙ୍କ ମଧ୍ଯରେ ଗଢି ଉଠିଥିଲା ପ୍ରେମ। ଦୁହେଁ ହଜି ଯାଇଥିଲେ ପ୍ରେମ ଆଉ ସେକ୍ସରେ। ଏପରିକି ଗତ ପଣା ସଂକ୍ରାନ୍ତିରେ ଏକ ମନ୍ଦିରରେ ଦିପାଜଂଳି ମଥାରେ ସିନ୍ଦୁର ପିନ୍ଧାଇ ବିବାହର ପ୍ରତିଶୃତିକୁ ମଜବୁତ ମଧ୍ଯ କରିଥିଲା ଜିତେନ୍ଦ୍ର। ଗତ ମାସ ୨୬ ତାରିଖରେ ଜିତେନ୍ଦ୍ରଙ୍କ ପରିବାର ଲୋକେ ଦିପାଜଂଳୀଙ୍କ ଘରକୁ ଯାଇ ବିବାହର ପ୍ରତିଶୃତି ଦେବା ସହ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ଦିପାଜଂଳୀଙ୍କ ମାଆ ଧାର କରଜ କରି ବିବାହ ସାମଗ୍ରୀ କିଣିଥିଲେ। ଗତ ୪ ତାରିଖରେ ଜିତେନ୍ଦ୍ର ମଧ୍ଯ ଦିପାଜଂଳୀଙ୍କ ଘରକୁ ଯାଇ ବୁଲି ଫେରି ଆସିଛି। ହେଲେ ୫ ତାରିଖ ଠାରୁ ଜିତେନ୍ଦ୍ର ଫେରାର ଅଛି। ଲଗ୍ନ ଧରା।ଦିନ ପ୍ରେମିକ ଫେରାର ଖବର ପାଇ ଦିପାଜଂଳୀ ନିରୁପାୟ ହୋଇ ଜିତେନ୍ଦ୍ରଙ୍କ ଘର ଦୁଆରେ ଅନଶନରେ ବସିଥିବାର ଦେଖିବାକୁ ମିଳିଛି l

Leave a Reply

Your email address will not be published.

Copyright © All rights reserved. | Newsphere by AF themes.