କ୍ୟାପିଟାଲ ରେ ଚୋରି, ନେଇଗଲେ ୨୫ ଲକ୍ଷ ଟଙ୍କାର ସୁନାଗହଣା….

ଭୁବନେଶ୍ୱର (ସାମ୍ୟ ସୌରଭ ରାଉତ )18/10: ରାଜଧାନୀ ଭୁବନେଶ୍ୱରରେ ଚୋରି। ଝରକା ଭାଙ୍ଗି ଘରେ ପଶି ନେଇଗଲେ ୨୫ ଲକ୍ଷ ଟଙ୍କାର ସୁନାଗହଣା। ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ବୈରାଗୀ ନଗର ଅଞ୍ଚଳରେ ଘଟିଛି ଏହି ଘଟଣା।
ସୂଚନା ଅନୁସାରେ ଘର ମାଲିକ କିଛି ଦିନ ହେଲାଘରେ ନ ଥିଲେ। ସେ ଗୁଜରାଟରେ ଥିବା ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ। ତେବେ ତାଙ୍କ ବଡ଼ ଭାଇ ତଳ ମହଲାରେ ଥିଲେ।ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘର ଭିତରେ ପଶିଥିବା କୁହାଯାଇଛି। ଜଣେ ପଡ଼ୋଶୀ ବିଳମ୍ବିତ ରାତିରେ ଅସ୍ୱାଭାବିକ ଶବ୍ଦ ଶୁଣି ପରିବାର ଲୋକଙ୍କୁ ଜଣାଇଥିଲେ। ଯାଞ୍ଚ କରିବା ବେଳକୁ ଚୋର ଚୋରି କରି ଚମ୍ପଟ ମାରି ସାରିଥିଲା।ଘର ମାଲିକଙ୍କ ବଡ଼ ଭାଇଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ଏ ଘଟଣା ଘଟିଛି। ପ୍ରାୟ ୨୫ ଲକ୍ଷ ଟଙ୍କା ସୁନାଗହଣା ସହିତ ଚୋର ଘରେ ଥିବା ନଗଦ ଟଙ୍କା ମଧ୍ୟ ନେଇ ଯାଇଛନ୍ତି।