ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖଦାଳପୋଖରୀ ପଞ୍ଚାୟତ ରେ ଜାତୀୟ ପତାକାକୁ ଅସମ୍ନାନିତ

ଚାନ୍ଦବାଲି , 15/8/2021 ଭାରତ ଆଜକୁ 75 ବର୍ଷ ର ସ୍ୱାଧୀନତା ପରେ ବି ଜନ୍ମ ଭୂମି ର ଜାତୀୟ ପତାକା କୁ ଆଜିର ର ଏକ ମହାନ ପର୍ବ ରେ ଅବମାନନା କରାଯାଇଛି ଯାହାକି ଭାରତ ର ପ୍ରତ୍ୟେକ ନାଗିରକ ପାଇଁ ଏକ ଲଜ୍ୟା ର ବିଷୟ ପାଲଟିଛି. ଭାରତ ର ସମ୍ବିଧାନ ରେ ବନ୍ଧା ହୋଇ ଏକ ଶାସନାଧିକାରୀ (ସରପଞ୍ଚ )ଜାତୀୟ ପତାକା ର ଅପମାନ ସହ ସମ୍ବିଧାନ ର ନିୟମାବଳୀ କୁ ଅବମାନନା କରିଛନ୍ତି.. ଯଦି ଶାସନାଧିକାରୀ ଏହି ଭଳି କାର୍ଯ୍ୟ କରନ୍ତି ତାହାହେଲେ ସମାଜ ର ଜାତୀୟତା ଏଠି ନାଶ ହୋଇଯିବ ।ଏ ଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଖଦଳାପୋଖରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ , ଏବାବଦରେ ସରପଞ୍ଚ ପ୍ରତିକ୍ରିୟା ନେଇଥିଲୁ ସେ କହିଥିଲେ ମୋତେ ବଦନାମ କରିବା ପାଇଁ କୋୖଣସି ଖଳପ୍ରକୃତିର ଲୋକ ଏଭଳି କରିଛନ୍ତି, ଏହାର ତଦନ୍ତ ପାଇଁ ସରପଞ୍ଚ ଥାନାକୁ ଯାଇ ଏକ ମାମଲା ରୁଜୁ କରିଛନ୍ତି ,ଏ ବାବଦରେ ଥାନା ସହ ଯୋଗାଯୋଗ କରିବା ପରେ ଜାଣିବାକୁ ପାଇଲୁ ଯେ ଦୁଇଟି ମାମଲା ରୁଜୁ କରାଯାଇଛି ,ଏବଂ ସେହି ଖଦାଳପୋଖରୀ ଏକ ଅଙ୍ଗନବାଡି ସେଣ୍ଟର ରେ ଜାତୀୟ ପତାକା ତଳେ ପଡିଥିବା ଦେଖିବାକୁ ମିଳିଛି , ଏ ଘଟଣାକୁ ନେଇ ଅଞ୍ଚଳ ବାସୀ ଘୋର ନିନ୍ଦା କରିଛନ୍ତି
