May 26, 2022

ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ

1 min read

ଜମ୍ମୁ (ଆମହକନ୍ୟୁଜ ): ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଶନିବାର ଏକ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଅବନ୍ତୀପୋରାର ନାଗବେରନ ବନ୍ୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଜମ୍ମୁ-କାଶ୍ମୀର ପୁଲିସ ଓ ସେନାର ଯବାନ ଉକ୍ତ ଅଞ୍ଚଳକୁ ଘେରାଉ କରିଥିଲେ।
ନିଜକୁ ଘେରାଉ ଅବସ୍ଥାରେ ଦେଖି ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀ ଆତ୍ମସମର୍ପଣ ପାଇଁ କହିଲେ ମଧ୍ୟ ଆତଙ୍କବାଦୀ ବାରମ୍ବାର ଗୁଳି ଚାଳନା କରିଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।
ସେମାନଙ୍କ ନିକଟରୁ ୨ଟି ଏକେ-୪୭ ରାଇଫଲ, ଅନ୍ୟ କେତେକ ଜିନିଷ ମଧ୍ୟ ଜବତ ହୋଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.