ଏରସମା ପଂଚାୟତକୁ ବୁଡି ଅଂଚ଼ଳ ଘୋଷଣା ପାଇଁ ଦାବୀ
1 min read
ଏରସମା ୩୦/୯(ଜନ ରାଉତ ):ଚଳିତ ଲଘୁଚାପ ବର୍ଷାରେ, ଜଗତସିଂହପୁର ଜିଲା ଏରସମା ବ୍ଲକ ସଦର ପଂଚାୟତ, ଜଳ ମଗ୍ନ ହୋଇ ଚାଷଜମି ସମ୍ପୂର୍ଣ ନଷ୍ଟ ହୋଇଛି,ଯାହାଫଳରେ ପଂଚାୟତବାସୀଙ୍କ ମେରୁଦଣ୍ଡ ଭାଙ୍ଗୀପଡିଛି l ଧାନ ଫସଲ ଏରସମାବାସୀଙ୍କ ଏକ ମାତ୍ର ଫସଲ l ଭାଗ ଚାଷୀମାନେ ବେସାହାରା ହୋଇପଡିଛନ୍ତି l ଋଣ କରି ଚାଷ କରିଥିବା ଚାଷୀ ହତୋତ୍ସାହ ହୋଇପଡିଛନ୍ତି l

ସରକାର ଏରସମା ପଂଚାୟତକୁ ସମ୍ପୂର୍ଣ ବୁଡି ଅଂଚଳ ଘୋଷଣା କରିବା ଦାବୀ କରି ,ପଂଚାତର ଶତାଧିକ ଚାଷୀ ଏରସମା ତହସିଲ୍ କାଯ୍ୟଳୟ ସମ୍ମୁଖ ବିକ୍ଷୋବ ପ୍ରଦର୍ଶନ କରିଥିଲେ l ସରକାରଙ୍କ ଉଦେଶ୍ୟରେ ଏରସମା ଗ୍ରାମ୍ୟକମିଟ ପକ୍ଷରୁ ଏକ ସ୍ମାରକ ପତ୍ର ତହସିଲଦାର ପ୍ରଜ୍ଞ୍ୟାନନ୍ଦ ଦାସ ଦିଆଯାଇଛି l ବିକ୍ଷୋଭକାରୀମାନେ ଦୀର୍ଘ ସମୟ ଧରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ, ସ୍ଥାନୀୟ ପ୍ରସାଶନିକ ଅଧିକାରିମାନଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶକରି ବିଡିଓ,କ୍ରୁଷି ଅଧିକାରୀଙ୍କ ନାମରେ ନାରାବାଜୀ ଦେଇଥିଲେ l ଏହି ବିକ୍ଷୋଭ ପଂଚାୟତର ସହେଘରିଆ ସଭାପତି ଅମୁଲ୍ୟ ବିଶ୍ବାଳଙ୍କ ନେତ୍ରୁତ୍ବରେ କରାଯାଇଥିଲା l

ଏଥିରେ ପଂଚାୟତର ପ୍ରଭାକର ପଣ୍ଡା,ରାଜା ନିରଂଜନ ପ୍ରସାଦ ଦାସ, ଧିରେନ୍ଦ୍ର ଚୈଧୁରୀ, ବିଜୟ କୁମାର ପାଳ,ଶଶିଭୁସଣ ସ୍ବାଇଁ,ନିର୍ବାରଣ ନାୟକ,ନିଲିପ୍ତ ଜେନା,ଉମେଶ ରାଉତ,ଅକ୍ଷେୟ ସ୍ବାଇଁ, ନିରାକାର ସ୍ବାଇଁ,ନେତ୍ରାନନ୍ଦ ବେହେରା, କାଳନ୍ଦୀ ମଳିକ,ସରତ ମଲ୍ଲିକ,ଭୋଳାନାଥ ସ୍ବାଇଁ,ଉମାକାନ୍ତ ତରାଇ,ଗୋବିନ୍ଦ ସେଠି ପ୍ରମୁଖ ଏରସମା ପଂଚାୟତକୁ ତୁରନ୍ତ ବୁଡି ଅଂଚଳ ଘୋଷଣା କରିବା ପାଇଁ ଦାବୀ କରିବା ସହ କୃଷି ଋଣ ଛାଡ କରିବା,ଆସନ୍ତା ଫସଲ ପଯ୍ୟନ୍ତ ଶ୍ରମଭିତ୍ତିକ କାର୍ଯ୍ୟ ଯୋଗାଇ ଦିଆଯାଉ,ଜଳ ନିଷ୍କାସନର ସ୍ଥାୟୀ ପ୍ରତିକାର କାରାଯାଉ,ଆକାଣ ଛୁଆ ବଜାର ଦରକୁ ନିୟନ୍ତ୍ରଣ କରାଯାଉ ଆଦି ଆଠ ଦାବୀ କରିଥିଲେ l
