ସମ୍ପାଦକ ଙ୍କ ଦବଙ୍ଗଗିରି ରେ ଚାଲିଛି ତରଜଙ୍ଗା ସମବାୟ ସମିତି
1 min read
ଜଗତସିଂହପୁର (ମାନସ ସୂତାର):- ଲୋକଙ୍କୁ ମିଛ କହି ମଣ୍ଡିରୁ ଧାନ ଫେରେଇ ଦେଉଛନ୍ତି- ସମବାୟ ସମିତିର ସମ୍ପାଦକ!ଧାନର କ୍ୱାଲିଟି ଭଲ ନାହିଁ…ଟାର୍ଗେଟ ଫିଲପ… ଆଉ ନେଇ ହେବନି… ଦେଖିବା କଣ କରିହେବ… ଏହି ପରି ଅନେକ କଥା କହି ଚାଷୀମାନଙ୍କୁ ଛଳନା ଓ ଶୋଷଣ କରୁଛନ୍ତି ସମ୍ପୃକ୍ତ ସମ୍ପାଦକ…! ଅପର ପଟେ ଘରେ ଓ ବାହାରେ ଜମା ହେଇଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ବସ୍ତା..! ଏପରି ଅଭାବୀ ଦୃଶ୍ୟ ଦେଖବାକୁ ମିଳିଛି, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ତରଜଙ୍ଗା ସମବାୟ ସମିତି ପରିସରରେ..!ଧାନର କ୍ୱାଲିଟି ଭଲ ନାହିଁ କହି କୁଇଣ୍ଟାଲ ପିଛା ୩୫ କିଲୋ କାଟତି ରେ ଧାନ ରଖୁଛନ୍ତି ସମ୍ପାଦକ | ଏବିଷୟରେ କେଉଁଠି ଜଣାଇଲେ ଧାନ ଫେରେଇ ନେବାକୁ ଧମକ ମଧ୍ୟ ଦିଆଯାଉଛି | ଅନେକ ଚାଷୀ ଧାନ ଫେରେଇ ନେଇଯାଉଥିବାର ଦେଖିବାକୁ ମିଳିଛି | ଭାଗ ଚାଷୀଙ୍କ ଦୁଃଖ ନାଁ କହିଲେ ଭଲ, ସମବାୟ ସମିତିରୁ ଋଣ ନେଇ ଚାଷରେ ଲଗେଇ ଥିଲେ ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ଥ ହୋଇ କିପରି ଋଣ ମୁକ୍ତ ହେବେ ଚିନ୍ତାରେ ଅଛନ୍ତି ଭାଗ ଚାଷୀ !ଏବାବଦରେ ସମ୍ପାଦକଙ୍କୁ ଆମ ପ୍ରତିନିଧି ଭେଟି ସାକ୍ଷାତକାର ପାଇଁ କହିଥିଲେ ମାତ୍ର ସଂପାଦକ କିଛି କହିବାକୁ ରୋକଠୋକ ମନାକରି ଦେଲେ ଯାହା ପଚାରିବା କଥା ଫିଲଡ଼ ଅଫିସର ଓ ଏମଆଇ ଙ୍କୁ ପଚାର ବୋଲି କହିଥିଲେ |ବିଭାଗୀୟ ଅଧିକାରୀ ଙ୍କୁ ସ୍ପଟ ଉପରୁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ କଲ ରିସିଭ କରୁନାହାନ୍ତି | ଯାହା ଜଣାଯାଏ ଏଥିରେ ବିଭାଗୀୟ ଅଧିକାରୀ ବି ସାମିଲ ଅଛନ୍ତି | ପିସିରେ ଚାଲିଛି କି କାରବାର? ସନ୍ଦେହ ଘେରରେ ତରଜଙ୍ଗା ସମବାୟ ସମିତି..! ସତକହିଲେ ଚାଷୀଙ୍କୁ ହଟହଟା ହେବାକୁ ପଡିବ ବୋଲି, ସେ ବି ପ୍ରତିନିଧିଙ୍କ ସାମ୍ନାରେ ମୁହଁ ଖୋଲିବାକୁ ସାହସ କରିନଥିଲେ !ଚର୍ଚ୍ଚା ହେଉଛି ସରକାରଙ୍କ ଗେଲ୍ହା ପୁଅ ସାଜିଥିବା ଏଇ ଅଧିକାରୀଙ୍କର ଦୁର୍ନୀତିକୁ ରୋକିବ କିଏ? ଧାନ ଚାଷୀ ବଞ୍ଚିବେ କିପରି?ସରକାର ଙ୍କର ମଣ୍ଡି ଯୋଜନା କଣ ଚାଷୀ ମାରଣନୀତି ପାଇଁ ଗଠନ ହୋଇଛି? କିଏ ଦେବ ଏହାର ଉତ୍ତର? ଚାଷୀ କହିବେ କାହାକୁ ଶୁଣିବ କିଏ? ଏମିତି ଯଦି ହୁଏ ଚାଷୀ ଆତ୍ମହତ୍ୟା ର ନଜିର ଜଗତସିଂହପୁର ଭଳି ଏକ ଶିକ୍ଷିତ ଜିଲ୍ଲାରେ ଦେଖିବାକୁ ବହୁତ ଜଲଦି ମିଳିବ ବୋଲି ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ହେଉଛି | ସରକାର ଙ୍କୁ ଏ ଦିଗରେ ତୁରନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଚାଷୀ ମାନଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହେଉଛି |


