May 26, 2022

୪୨ ବର୍ଷ ପରେ ବନ୍ଧୁମିଳନ

1 min read

ଜଗତସିଂହପୁର(ମାନସ ସୂତାର):- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ମାଧ୍ୟମିକ ଶିକ୍ଷକ ତାଲିମ୍ କେନ୍ଦ୍ର ର ୧୯୮୧ ମସିହା ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ଦୀର୍ଘ ୪୨ ବର୍ଷ ତଳେ ସାଙ୍ଗହୋଇ ପାଠ ପଢିଥିବା ଏବଂ ବର୍ତ୍ତମାନ ଶିକ୍ଷକତା ବୃତ୍ତିରୁ ଅବସର ନେଇ ସାରିଥିବା ବରିଷ୍ଠ ବ୍ୟକ୍ତିମାନଙ୍କର ଏହି ବିରଳ ସମାବେଶ ରେ ଅଂଶଗ୍ରହଣ କାରୀଙ୍କ ମଧ୍ୟରେ ଅପୁରନ୍ତ ଆନନ୍ଦ ସୃଷ୍ଟି କରିଥିଲା | ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୪୨ରୁ ଅଧିକ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅଂଶଗ୍ରହଣ କରିଥିଲେ | କଟକ ଜିଲ୍ଲା ନିଆଳି ବ୍ଲକର ଅବସରପ୍ରାପ୍ତ ଶିକ୍ଷକ କାଳନ୍ଦୀ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରବିନ୍ଦ୍ର କୁମାର ସ୍ୱାଇଁ ସଭାପତିତ୍ବ କରିଥିଲେ। ଶିକ୍ଷକ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ରମେଶ ଚନ୍ଦ୍ର ପରିଡା, ପ୍ରଭାତ ଦାସ, ଶିକ୍ଷୟତ୍ରୀ ମନୋରମା ସ୍ୱାଇଁ, ଶାନ୍ତି ଦେବି, ସୌଦାମିନୀ ପରିଜା ପ୍ରମୁଖ ନିଜ ନିଜ ବକ୍ତବ୍ୟ ରେ ଛାତ୍ର ଏବଂ କିଶୋର ଜୀବନର ମଧୁର ସ୍ମୁତି ସବୁକୁ ମନେ ପକାଇ ସଭାକୁ ଭାବ ମୟ କରିଥିଲେ | ଋଷ ଓ ୟୁକ୍ରେନ ଯୁଦ୍ଧକୁ ବନ୍ଦ ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଗୋରେଖନାଥଙ୍କ ନିକଟରେ ଦୀପଦାନ କରାଯାଇଥିଲା। ବୈଠକରେ ଶିକ୍ଷକ ସୁରେଶ ଚନ୍ଦ୍ର ପଟ୍ଟନାୟକ, ରମେଶ ଚନ୍ଦ୍ର ପରିଡା, ପ୍ରଭାତ ଦାସ, ଶିକ୍ଷୟତ୍ରୀ ମନୋରମା ସ୍ୱାଇଁ, ଶାନ୍ତି ଦେବୀ, ସୈାଦାମିନୀ ପରିଜାଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.