May 26, 2022

ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ରାସ୍ତା କାଟିଲେ ଗ୍ରାମବାସୀ

1 min read


ଜଗତସିଂହପୁର (ମାନସ କୁମାର ସୂତାର)୧୮/୯:- ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ଧାନଚାଷ ଜମିରେ ପାଣି ନିଷ୍କାସନ କରିବାକୁ ରାସ୍ତା କାଟିଲେ ଗ୍ରାମବାସୀ ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତରେ ଧାନଚାଷ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲଘୁଚାପଜନିତ ଚାରିଦିନ ଯାକ ଲଗାଣ ବର୍ଷା ଯୋଗୁଁ ବାମଦେଇପୁର ପଞ୍ଚାୟତ ଧାନଚାଷ ଜମିରେ ପାଣି ଜମି ରହୁଛି। ପାଣି କୁଆଡେ ଯାଇପାରୁ ନଥିବାରୁ ଚାଷୀମାନେ ଏରସମା ତହସିଲଦାର ଜଳସମ୍ପଦ ଏସ୍ ଡି ଓ ଆରଡି ଏସ୍ ଡି ଓ ଙ୍କୁ ଜଣାଇଥିଲେ , ସେମାନେ ଚାଷ ଜମିରେ ପାଣି ବୁଡ଼ଥିବା ଦେଖିବାକୁ ନ ଆସିବାରୁ ବାଧ୍ୟହୋଇ ଗ୍ରାମବାସୀମାନେ ଚଟୁଆ , ବାଲିତୁଠ ଆରଡ଼ି ରାସ୍ତା କାଟି ପାଣି ନିଷ୍କାସନ କରୁଥିବା ବେଳେବେଳେ ବାଲିତୁଠ ରାଜ୍ୱସ ନିରିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ନକାଟିବାକୁ ମନାକରିଥିଲେ କହିଥିଲେ ପାଣି କିପରି ଚାଷଜମି ରୁ ବାହାରକରାଯିବ ଏହାର ସମାଧାନ କରାଯିବ । ବାଲିତୁଠ ପଞ୍ଚାୟତର ଗ୍ରାମବାସୀମାନେ ବିରୋଧ କରିଥିଲେ , ତମ ଚାଷ ଜମିରେ ପାଣି ରହୁଛି। ଆରଡ଼ି ରାସ୍ତାକୁ କାହିଁକି କାଟୁଛ । ଦୁଇ ପଞ୍ଚାୟତର ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆଗକୁ ଗଣ୍ଡଗୋଳ ବଢ଼ିବାର ସମ୍ଭାବନା ଥିବାରୁ ବାମଦେଇପୁର ପଞ୍ଚାୟତର ଚାଷଜମିରୁ କେମିତି ଯଥାଶୀଘ୍ର ପାଣି ନିଷ୍କାସନ କରାଯିବ ବାମଦେଇପୁର ପଞ୍ଚାୟତର ପୄବତନ ସମିତି ସଭ୍ୟ ହରିହର ଲିଙ୍ଗରାଜ ମହାନ୍ତି , ବାମଦେଇପୁର ପଞ୍ଚାୟତ ବିଜୁଜନତା ଦଳର ସଭାପତି ମଦନମୋହନ ମହାନ୍ତି , ସମାଜ ସେବୀ ବିକ୍ରମ ମହାପାତ୍ର , ଶୁଧାଂଶୁ ମୋହନ ରାଉତରାୟ , ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ସହିତ ବାମଦେଇପୁର ପଞ୍ଚାୟତ ଚାଷୀମାନେ ଜଗତସିଂହପୁର ଜିଲ୍ଲାପାଳ ଏଥିପ୍ରତି ଦୄଷ୍ଟିଦେବାକୁ ନିବେଦନ କରିଛନ୍ତି । ଜଳ ନିସ୍କାସନନହେବାରୁ ପ୍ରତିବର୍ଷ ଧାନଫସଲ ନଷ୍ଟହେଉଛି।ନହେଲେ ବାମଦେଇପୁର ଚାଷୀ ମାନେ ରାସ୍ତାକୁ କାଟି ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.