ଇ-ଶ୍ରମ କାର୍ଡ ନାଁ ରେ ଚାଲିଛି ନିରୀହ ଲୋକଙ୍କୁ ଶୋଷଣ
1 min read
ଜଗତସିଂହପୁର(୨୧/୯) (ମାନସ କୁମାର ସୂତାର): ଭଦ୍ର ଲୋକଙ୍କ କଳା କାରନାମା…. ଗରିବ ଲୋକଙ୍କୁ ଠକିବାର ନୂଆ ଫର୍ମୁଲା. ୨୨ତାରିଖ ରେ ଇ-ଶ୍ରମ କାର୍ଡ ଆବେଦନ କରିବାର ଶେଷ ତାରିଖ ବନ୍ଦ ହୋଇଯିବ କହି ସକାଳୁ ରାତି ୧୨ଟା ପର୍ଯ୍ୟନ୍ତ ଲୁଟି ଚାଲିଲେ ଟଙ୍କା. ଆଉ କାର୍ଡ ପିଛା ଶହେ ରୁ ତିନିଶହ ପର୍ଯ୍ୟନ୍ତ | ହେଲେ ସତ ଆଜି ଧରା ପଡିଯିବା ରୁ ଅବସ୍ଥା ଶୋଚନୀୟ ହୋଇଗଲା ଜନସେବା କେନ୍ଦ୍ର କର୍ମଚାରୀଙ୍କର | କେନ୍ଦ୍ରସରକାର ଙ୍କ ନିର୍ଦେଶ କ୍ରମେ ପ୍ରତି ଜନସେବା କେନ୍ଦ୍ରକୁ ଲିଙ୍କ ଦିଆଯାଇଥିଲା ଇ-ଶ୍ରମ କାର୍ଡ ପଞ୍ଜିକରଣ କରାଇବା ପାଇଁ ଆଉ ସେ ବାବଦକୁ ତାଙ୍କୁ ପ୍ରତି କାର୍ଡ ପିଛା କୋଡିଏ ଟଙ୍କା ମଧ୍ୟ ମିଳୁଛି | ହେଲେ ଏମାନେ ମନଇଛା ଅର୍ଥ ଆଦାୟ କରୁଛନ୍ତି…ଆଉ ଆଜି କନୀମୂଳ ସରପଞ୍ଚ ତଥା ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଜନସେବା କେନ୍ଦ୍ର ର ଉପରିସ୍ଥ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ଅତର୍କିତ ଚଢ଼ାଉ ପରେ ଏଭଳି ଏକ ଲୁଟ ର ପର୍ଦାଫାର୍ସ ହୋଇଥିଲା |

କନୀମୂଳ ଗ୍ରାମପଞ୍ଚାୟତ ରେ ଥିବା ସମସ୍ତ ଜନସେବା କେନ୍ଦ୍ର ନୋଟିସ ବୋର୍ଡରେ ମାଗଣାରେ ଇ-ଶ୍ରମ କାର୍ଡ ପଞ୍ଜିକରଣ କରାଇବାକୁ ବ୍ୟାନର ମାରିବା ସହିତ, କେଉଁ ସେବା ପାଇଁ କେତେ ଅର୍ଥରାଶି ଜନସାଧାରଣଙ୍କୁ ପୈଠ କରିବାକୁ ପଡିବ ତାହା ଉଲ୍ଲେଖ କରିବା ସହିତ ପଞ୍ଜିକୃତ ହୋଇଥିବା ସମସ୍ତ ହିତାଧିକାରୀ ଙ୍କୁ ସାତ ଦିନ ଭିତରେ ଟଙ୍କା ଫେରାଇବାକୁ ନିର୍ଦେଶ ଦେଇଥିଲେ | ଆଉ ଯଦି ଟଙ୍କା ଫେରସ୍ତ ନକରାଯାଏ ଉକ୍ତ ଜନସେବା କେନ୍ଦ୍ରର ଲାଇସେନ୍ସ ରଦ୍ଧ କରିବାକୁ ଚେତାବନୀ ଦେଇଥିଲେ ଜିଲ୍ଲା ଜନସେବା କେନ୍ଦ୍ର ର ଉପରିସ୍ଥ ଅଧିକାରୀ |
