May 26, 2022

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

1 min read

ଜଗତସିଂହପୁର (୨୭/୯)(ମାନସ କୁମାର ସୂତାର):- ବର୍ଷା ଦିନର ଲଘୁଚାପ ଜନିତ ପାଣିପାଗ ର ଖରାପ ପ୍ରଭାବରୁ ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ବିଭିନ୍ନ ପ୍ରକାରର ରୋଗର ଲକ୍ଷଣ ପ୍ରକାଶ ପାଉଛି। ଚକ୍ଷୁ ରୋଗ ସେଥିମଧ୍ୟରୁ ଅନ୍ୟତମ।ଲୋକମାନେ କିପରି ମାଗଣାରେ ଚକ୍ଷୁ ଚିକିତ୍ସା କରାଇ ପାରିବେ,ସେଥିପାଇଁ ଜଗତସିଂହପୁର ଜିଲ୍ଲା ର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସେବା ଯୋଗାଈ ଦେଉଥିବା ଅଗ୍ରଣୀ ସେଚ୍ଛା ସେବୀ ସଂଗଠନ “କମ୍ୟୁନିଟୀ ହେଲଥ ଆକ୍ସନ୍ ଟିମ୍ ” ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଥିଲା।ଖବର ଅନୁସାରେ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାଟପୁର ପଞ୍ଚାୟତ ଅଧିନସ୍ଥ ତେନ୍ତୁଳିଆ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ , ନେତ୍ରମ୍ ଚକ୍ଷୁ ଚିକିତ୍ସକ ମାନଙ୍କୁ ନେଇ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଯାହାର ଗୁରୁ ଦାୟିତ୍ବ ବହନ କରିଥିଲେ କମ୍ୟୁନିଟୀ ହେଲଥ ଆକ୍ସନ ଟିମ୍ ,ଜଗତସିଂହପୁର।ଟିମ୍ ର ସଂଚଳିକା ଅନୁପମା ସେଠୀ ଓ ସହଯୋଗୀ ସାଥୀ ଭାଗବତ ପ୍ରସାଦ,ଏମ ଏସ ରାଜନ୍ କୁମାର,ତାପସ ସେଠୀ,ବାସନ୍ତୀ ପ୍ରଧାନ,ବିଭୂତି ଭୂଷଣ ସ୍ୱାଇଁ, ରିଙ୍କି,ଚନ୍ଦନ,ସାଗର,ଆଦି ଯୋଗଦେଇ ଶିବିର ପରିଚାଳନା କରିଥିଲେ। ସର୍ବ ମୋଟ ୯୩ ଜଣ ଚକ୍ଷୁ ରୋଗୀ ଉପକୃତ ହୋଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.