ମଧୁଚନ୍ଦ୍ରିକାରେ ବଳି ପଡୁଛି ଶିଶୁଙ୍କ ପ୍ରୋଟିନ,ରାଧେ ରାଧେ… ଅଧେ ଅଧେ ଫୋର୍ମୁଲା ରେ ଚାଲିଛି ଯୋଜନା
1 min read

ତିର୍ତ୍ତୋଲ(ମାନସ ସୁତାର ):- ରାଜ୍ୟ ସରକାର କୋମଳ ମତି ପିଲାମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଗ୍ରାମାଞ୍ଚଳ ରେ କୋମଳମତି ଶିଶୁମାନଙ୍କ ପାଖରେ ପହଁଞ୍ଚି ପାରୁନାହିଁ… ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି, ତିର୍ତ୍ତୋଲ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ରେ… ଅନୁସନ୍ଧାନ ରୁ ଜଣାପଡିଛି ଯେ ତିର୍ତ୍ତୋଲ ଶିଶୁ ବିକାଶ ଅଧିନ ରେ 294 ଅଙ୍ଗନବାଡି କେନ୍ଦ୍ର ଚାଲୁଅଛି… ଏହି କେନ୍ଦ୍ର ଗୁଡିକରେ ପାଞ୍ଚ ହଜାର ରୁ ଉର୍ଦ୍ଧ ପିଲା ଅଧୟନ କରିଥାନ୍ତି… ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ବନବିହାରୀ ସ୍ୱୟଂ ସହାୟକ ଗୋଷ୍ଠୀ 163 ଟା କେନ୍ଦ୍ର ଓ ମା ନାରାୟଣୀ ସ୍ଵୟଂ ସହାୟକ ଗୋଷ୍ଠି 131 ଟା କେନ୍ଦ୍ର ରେ ପୃଷ୍ଟିକର ଖାଦ୍ୟ, ଛତୁଆ , ବାଦାମ ଲଡୁ, ସୁଜି, ଅଣ୍ଡା ପ୍ରଭୃତି ଯୋଗାଣ କରିଥାନ୍ତି… ପ୍ରତେକ ମାସ 23 ତାରିଖ ରେ ଛତୁଆ ର ମାନ ନିର୍ଦ୍ଧାରଣ ପାଇଁ ଜିଲା ସ୍ତରୀୟ କମିଟି ତଦାରଖ କରିବା ପାଇଁ ନିୟମ ଥିଲେ ମଧ୍ୟ “ରାଧେ ରାଧେ ତୋର ଅଧେ କୁ ମୋର ଅଧେ” ନ୍ୟାୟ ରେ ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ 3%, ଜିଲା ସମାଜ ମଙ୍ଗଳ ଅଧିକାରିଣୀ 3% ଓ ଅଫିସ ଖର୍ଚ୍ଚ 4% ନେଇ ଛତୁଆର ମାନ ଠିକ୍ ରୂପେ ନିର୍ଦ୍ଧାରଣ କରୁନାହାନ୍ତି…. ଫଳରେ ଗ୍ରାମାଞ୍ଚଳ ର କୋମଳମତି ପିଲାମାନେ ଅପପୁଷ୍ଟି ର ଶିକାର ହେଉଥିବା ଦେଖିବାକୁ ମିଳୁଛି…. ଛତୁଆ ନିର୍ମାଣକାରୀ ସଂସ୍ଥା ଶାସକ ଦଳ ର ଆଗଧାଡ଼ିର କର୍ମୀ ହୋଇଥିବାରୁ ତାଙ୍କୁ ଚାରି ଖୁନ୍ ମାପ୍ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି….ଏପରିକି ନିଜସ୍ଵ ୟୁନିଟ ଥାଇ ମଧ୍ୟ ରଘୁନାଥପୁର ବ୍ଲକର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳ ରୁ ନିମ୍ନ ମାନର ଛତୁଆ ଆଣି କୋମଳମତି ପିଲା ମାନଙ୍କୁ ଦେଉଥିବାର ଅନୁସନ୍ଧାନ ରୁ ଜଣାପଡିଛି… ଦୀର୍ଘ 18 ମାସ ହେବ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିଲେ ମଧ୍ୟ ପିଲାଙ୍କୁ ଖାଦ୍ୟ ଯୋଗାଇବା ପାଇଁ ନିର୍ଦ୍ଦେଶ ଅଛି… ଖାଲି ଚାଉଳ ଚୁନା ରେ ଛତୁଆ ଖାଇଲେ କଣ ପିଲାଙ୍କ ପୃଷ୍ଟି ବଢିବ? ଅର୍ଥ ଲୋଭ ରେ ପଡି ଅଧିକାରୀ ମାନେ ଛତୁଆ କୁ ଯାଞ୍ଚ ନକରି ପିଲାମାନଙ୍କୁ ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ତଦନ୍ତ କଲେ ପ୍ରକୃତ ସତ ଘଟଣା ଲୋକଲୋଚନ କୁ ଆସିପାରିବ…. ପ୍ରତେକ ମାସରେ ପ୍ରତେକ ପିଲାକୁ 12 ଟି ଅଣ୍ଡା ମିଳିବା ପାଇଁ ନିୟମ ରେ ଥିଲେ ମଧ୍ୟ, 7 ଟି ରୁ 10 ଟି ଅଣ୍ଡା ଦେଉଛନ୍ତି…. କିଛି କେନ୍ଦ୍ର ରେ ଆଦୌ ଦିଆଯାଉନାହିଁ ବୋଲି ଅନୁସନ୍ଧାନ ରୁ ଜଣାପଡିଛି….|
ପ୍ରକାଶ ଥାଉକି ଏହି ଦୁଇଟି ଗୋଷ୍ଠି ମହିଳା ଏବଂ ଶିଶୁ ବିକାଶ ବିଭାଗକୁ ଯେତେ ଅନୁଦାନ ଆସୁଛି ରାଜନୈତିକ ଚାପରେ ହାତେଇବାରେ ସକ୍ଷମ ହେଉଛନ୍ତି | ଉଦାହରଣ ସ୍ୱରୂପ ଏହି ଦୁଇଟି ଗୋଷ୍ଠି ରେ ଟେଲରିଙ୍ଗ ୟୁନିଟ ନଥାଇ ମଧ୍ୟ କିପରି ପିଲାଙ୍କ ଡ୍ରେସ ଓ ଜୋତା ଯୋଗାଣ ଦାୟିତ୍ୱ ନେଲେ ତାହା ବୁଝା ପଡୁନାହିଁ | ସରକାରୀ ନିୟମ କଣ କେବେଳ ସାଧାରଣ ଜନତାଙ୍କ ପାଇଁ, ଏମାନଙ୍କ ପାଇଁ କଣ କୌଣସି ନିୟମ ତିଆରି ହୋଇନାହିଁ? ରାଜ୍ୟସରକାରଙ୍କର ମୋ ସରକାର ଓ 5T ଏଠାରେ କାର୍ଯ୍ୟକାରି କରିବାରେ ସମ୍ପୂର୍ଣ୍ଣ ବିଫଳ ହେଉଛନ୍ତି ବୋଲି ଅନୁସନ୍ଧାନରୁ ଜଣାପଡିଛି…. ପିଲାଙ୍କ ଖେଳଣା, ଡ୍ରେସ୍ କଥା ପଚାରେ କିଏ? ଅପପୁଷ୍ଟିର ଶିକାର ହୋଇ ଯଦି ପିଲାଙ୍କର କ୍ଷତି ହୁଏ, ତେବେ ଦାୟି ହବ କିଏ?