May 26, 2022

ଚାରିସହ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ସହିତ ଏକୋଇଶି ଲକ୍ଷ ଟଙ୍କା ଜବତ, ୭ ଗିରଫ

1 min read

ଜଗତସିଂହପୁର (୨/୧୦):- ଜଗତସିଂହପୁର ଜିଲ୍ଲାରେ ଧଳା ଜହର ବିକ୍ରେତା ଙ୍କ ସଂଖ୍ୟା ଅନେକ ମାତ୍ରାରେ ବଢ଼ିଗଲାଣି | ଗାଁ ଗହଳିରେ ମଦ, ଗଞ୍ଜେଇ, ବ୍ରାଉନ ସୁଗାର ର ବହୁଳ ମାତ୍ରାରେ ବିକ୍ରୟ ହେଉଥିବାର ଦେଖିବାକୁ ମିଳୁଛି | ଏହା ଦ୍ୱାରା ଅନେକ ଯୁବଗୋଷ୍ଠୀ ନିଶାର ବଶବର୍ତ୍ତୀ ହୋଇ ପାଠଭ୍ରଷ୍ଟ ହେଉଥିବାର ଦେଖିବାକୁ ମିଳୁଛି | ହେଲେ ଜିଲାର ନୂତନ ଏସ.ପି ଭାବେ ଅଖିଳେଶ୍ୱର ସିଂ ଦାଇତ୍ୱ ଗ୍ରହଣ କରିବାପରେ ଧଳା ଜହର ବେପାରୀଙ୍କ ମଧ୍ୟରେ ଛନକା ପଶିଲାଣି, ଗତ ୩୦/୯ ଏବଂ ୧/୧୦ ତାରିଖରେ ଏକାକାଳୀନ ତିନି ଥାନା ଏରସମା, କୁଜଙ୍ଗ ଏବଂ ରଘୁନାଥପୁର ପକ୍ଷରୁ ଚଢ଼ାଉ ସମୟରେ ପାଖାପାଖି ଚାରିସହ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ସହିତ ଏକୋଇଶି ଲକ୍ଷ ଟଙ୍କା ଜବତ ଏବଂ ଏନେଇ ସାତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି | ଏରସମା ଥାନାରୁ ୨୬୦.୬୩୦ଗ୍ରାମ ବ୍ରାଉନ ସୁଗାର ଏବଂ ନଗଦ ଏକୋଇଶି ଲକ୍ଷ ଟଙ୍କା, ୩୩.୩୦୦ମିଲିଗ୍ରାମ ର ସୁନା ଅଳଙ୍କାର, ୧୨୦.୨୩ମିଲିଗ୍ରାମ ର ରୁପା ଅଳଙ୍କାର, ଗୋଟିଏ ୱେଟ୍ ମେସିନ, ପଲିଥିନ ଏବଂ ଗୋଟିଏ ପ୍ଲାଷ୍ଟିକ ଚାମଚ ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି | ଗିରଫ ତିନି ଜଣ ହେଲେ ମାନସ ସ୍ୱାଇଁ (୩୫), ବିଶ୍ୱପ୍ରକାଶ ନାୟକ (୩୪), ଜ୍ୟୋତିରଞ୍ଜନ ଲେଙ୍କା | କୁଜଙ୍ଗ ଥାନା ପକ୍ଷରୁ ଚଢ଼ାଉ ସମୟରେ ୨୭୧.୫ଗ୍ରାମ ବ୍ରାଉନ ସୁଗାର ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି | ଗିରଫ ତିନି ଜଣ ହେଲେ ଅକ୍ଷୟ ସ୍ୱାଇଁ (୮୨), ବନ୍ଦନା ସ୍ୱାଇଁ (୩୨), ରାଜେଶ ସାମଲ (୨୪) | ସେହିଭଳି ରଘୁନାଥପୁର ଥାନା ପକ୍ଷରୁ ୧୦.୮୦୦ଗ୍ରାମ ବ୍ରାଉନ ସୁଗାର ସହିତ ଜଣଙ୍କୁ ଗିରଫ କରାଯାଇଛି | ଗିରଫ ବ୍ୟକ୍ତି ଜଣକ ହେଲେ ଲୋକନାଥ ରାଉତ (୪୧)| ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି | ଜିଲ୍ଲା ପୋଲିସ ତରଫରୁ ଏମିତି ଚଢ଼ାଉ ଜାରି ରହିଲେ ଜିଲ୍ଲାରେ ଧଳା ଜହର ର ସାମ୍ରାଜ୍ୟ ଲୋପପାଇବାକୁ ବିଳମ୍ଭ ହେବନି ବୋଲି ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ଯୋର ଧରିଛି |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.