May 26, 2022

କୋଟିପତି କରିତକର୍ମା ଯୁବକଙ୍କ କାର୍ଯ୍ୟର ତଦନ୍ତ ଦାବି, ଅର୍ଥ ଓ ପ୍ରତିପତ୍ତି ଆଗରେ ବନ୍ଧା ପଡିଛି ପ୍ରଶାସନ

1 min read

ଜଗତସିଂହପୁର-୮/୮- ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ସିଡିପିଓ ଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତି ର ଗନ୍ତାଘର ପାଲଟିଛି । ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ,ବିଭିନ୍ନ ପ୍ରକାର ଶିଶୁ ଖାଦ୍ୟ,ପ୍ରି ସ୍କୁଲ କିଟ୍,ପୋଷାକ,ବୁଟ୍ ମୋଜା ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଏରସମା ‍‌‌ଅଞ୍ଚଳର ଜଣେ କରିତକର୍ମା ‌ଯୁବକ ଜଣକ ପ୍ରାୟ ଏକ ବର୍ଷ ପୂର୍ବେ ୧୦୦ ରୁ ୧୫୦ ଅଙ୍ଗନବାଡି କେନ୍ଦ୍ରର କଲର ଏବଂ ଘର କାନ୍ଥରେ ଚିତ୍ର ଆଙ୍କିବା କାର୍ଯ୍ୟ ଅତି ନିମ୍ନ ମାନର କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ କୁଜଙ୍ଗ ବ୍ଲକ୍ ପ୍ରସାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ | ଉକ୍ତ କରିତକର୍ମା ଯୁବକ ଜଣକ ବର୍ତମାନର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଶାସକ ଦଳର କର୍ମୀ ମାନଙ୍କୁ ଧରି କୋଟିକୋଟି ଟଙ୍କାର କାର୍ଯ୍ୟ କରୁଥିବା ବେଳେ ମହିଳା ଓ ଶିଶୁବିକାଶ ବିଭାଗ ଅଙ୍ଗନବାଡିରେ ପାଠ ପଢ଼ୁଥିବା କୋମଳମତି ପିଲା ଓ ଗର୍ଭବତୀ ମହିଳା ମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ମଦର ଟେରେସା ମହିଳା ଗ୍ରୁପ ନେଇଥିବା ବେଳେ ଏରସମା ଅଞ୍ଚଳର ଏହି ଯୁବକ ନିଜ ମାଙ୍କୁ ସଭାପତି ଓ ଧରମ ଭଉଣୀ କୁ ସମ୍ପାଦିକା ଭାବେ ଆଗରେ ରଖି ନିଜେ ଛତୁଆବେପାର କରୁଥିବା ବେଳେ ଏରସମା ଅଞ୍ଚଳରେ ଛତୁଆ ତିଆରି ହେଉଥିବା ଅନୁସନ୍ଧାନରୁ ଜଣା ପଡିଛି | କୁଜଙ୍ଗ ମହିଳା ଓ ଶିଶୁବିକାଶ ଅଧିକାରିଣୀ ତନୁପ୍ରଭା ବେଉରା ସବୁ ଜାଣି ନଜାଣିବାର ଅଭିନୟ କରୁଛନ୍ତି | ଅତୀତରେ ସିଡିପିଓ ତିର୍ତ୍ତୋଲ ବ୍ଲକରେ ଥିବାବେଳେ ଶିଶୁ ଖେଳଣା କିଣାରେ ଜାଲିଆତି କରି ଧରାପଡ଼ିଥିଲେ | ଏରସମା ‍‌‌ଅଞ୍ଚଳର କରିତକର୍ମା ‌ଯୁବକ ଜଣଙ୍କ ସରଣରେ ପଶି ତିର୍ତ୍ତୋଲ ରୁ କୁଜଙ୍ଗ ଆସିଥିଲେ | କୁଜଙ୍ଗ ସିଡିପିଓଙ୍କୁ ସାହାର୍ଯ୍ୟ କରିଥିବାରୁ ବର୍ତ୍ତମାନ ସିଡିପିଓ ମହାଶୟା ଋଣ ପରିଶୋଧ କରୁଛନ୍ତି, ଏପରିକି ସିଡିପିଓ ଅଫିସରେ ଏହି କରିତକର୍ମା ଯୁବକଙ୍କ ଏକ ଧଳା ରଙ୍ଗର ବୋଲେରୋ ଲଗାଇଛନ୍ତି | ଅଫିସ ସମୟରେ ଏହି ଯୁବକ ଜଣକ ବ୍ଲକ, ମହିଳା ଓ ଶିଶୁଵିକାଶ ବିଭାଗରେ ସବୁବେଳେ ଉପସ୍ଥିତ ରହି ପ୍ରତ୍ୟେକ କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳେ, ଏପରିକି ଏହି ଯୁବକ ଜଣଙ୍କ ଜଳ ଓ ପରିମଳ ବିଭାଗରେ କୋଟି କୋଟି ଟଙ୍କାର କାର୍ଯ୍ୟ କରୁଥିବା ଅନୁସନ୍ଧାନରୁ ଜଣା ପଡିଛି | ବିଭିନ୍ନ ସମୟରେ ଅନୁସନ୍ଧାନ ପାଇଁ ଆସୁଥିବା ପ୍ରଶାସନିକ ଅଧିକାରୀ ଓ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀଙ୍କୁ ଅସାଧୁ ଉପାୟରେ ସନ୍ତୁଷ୍ଟ କରାଇ ଛତୁଆ ପ୍ରସ୍ତୁତି ଓ ବଣ୍ଟନ ଅଭିଯୋଗ ର ଯାଞ୍ଚ ପ୍ରକ୍ରିୟାକୁ ଏହି ଯୁବକ ସପୂର୍ଣ୍ଣ ବାଟବଣା କରିଥାନ୍ତି । କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.