May 26, 2022

ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଜଗତସିଂହପୁର(ମାନସ କୁମାର ସୂତାର): ଆଜି ପୂର୍ବାହ୍ନରେ ସ୍ଥାନୀୟ ଆଦିକବି ଶାରଳାଦାସ ସଂସ୍କୃତି ଭବନ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି | ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀ ଙ୍କ ଜୀବନଶୈଳୀ, କାର୍ଯ୍ୟଶୈଳୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୁଇ ମହାପୁରୁଷ ଙ୍କ ଜନ୍ମଜୟନ୍ତୀରେ ସତ୍ୟ, ଅହିଂସା, ଶାନ୍ତି ବାର୍ତାର ସ୍ମୁତିଚାରଣ କରିଥିଲେ | ଉତ୍ସବରରେ ଅଧକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ ମହାତ୍ମାଗାନ୍ଧୀ କେବଳ ଜାତିର ପିତା ନଥିଲେ, ସେ ଆମ ଦେଶ ଓ ଜାତିର ଆଲୋକ ବର୍ତ୍ତିକା ଥିଲେ | ଏ ଜାତିକୁ ମହାନ ଆଦର୍ଶ ଦେଇଥିବା ଏକ ଯୁଗପୁରୁଷ ଥିଲେ | ଶାସ୍ତ୍ରିଜୀ ଦେଶର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସାଧାସିଧା ଜୀବନ ବିତାଇ ଥିଲେ | ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେଉନଥିଲେ | ଏହି ଦୁଇ ମହାପୁରୁଷଙ୍କ ଜନ୍ମଜୟନ୍ତୀ ଉତ୍ସବରେ ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ | ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ | ପ୍ରାରମ୍ଭରେ ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ସକାଳେ ଅତିଥିମାନେ ଥାନା ପରିସର ଓ ଗାନ୍ଧିଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ | ସଂକୀର୍ତନ ମଣ୍ଡଳୀ କଳାକାର ମାନଙ୍କ ରାମଧୁନ୍ ଶୋଭାଯାତ୍ରା କୁ ଜିଲ୍ଲାପାଳ ଉଦଘାଟନ କରିଥିଲେ | ଏହି ରାମଧୁନ୍ ଶୋଭାଯାତ୍ରା ଗାନ୍ଧୀଛକରୁ ବାହାରି ସଂସ୍କୃତି ଭବନ ନିକଟରେ ପହଞ୍ଚିଥିଲା |
ଗାନ୍ଧୀଜୟନ୍ତୀ ଅବସରରେ ବସ୍କ କଲଭର୍ଟ, ଅଳକାଶ୍ରମ ଭୂମିପୂଜନ, ଇଣ୍ଡୋର ଷ୍ଟାଡିୟମର ଶିଳାନ୍ୟାସ ଓ ସାମ୍ପ୍ରସାରିତ ବକ୍ସ କଲଭର୍ଟର ଶିଳାନ୍ୟାସ ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା | ଜଳଜୀବନ ମିଶନ(ଗ୍ରାମୀଣ)ରଥକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.