ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହେଲା
1 min read
ତିର୍ତ୍ତୋଲ (ମାନସ ସୁତାର ):ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗାଁ ର ବିଦ୍ୟୁତ ସଂସ୍ପର୍ଶ ରେ ଆସି ଗୋଟିଏ ପରିବାରର ତିନି ଜଣଙ୍କ ମୃତୁ ଘଟଣାରେ ସ୍ତବ୍ଧ ହୋଇ ଯାଇଛି ସାରା ଗାଁ । କାଲି ଠାରୁ କାହାରି ଚୁଲି ଜଳି ନଥିବା ବେଳେ ସମସ୍ତଙ୍କ ଆଖିରୁ କେବଳ ଲୁହ ଝରୁଥିବାର ଦେଖାଯାଇଛି।
ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହେଲା ପିଣ୍ଟୁନା ସ୍ୱାଇଁ, ପତ୍ନୀ – କାମିନୀ ସ୍ୱାଇଁ ଏବଂ ଝିଅ ପାପାଲିର |ଶୋକ ସନ୍ତପ୍ତ ପରିବାର କୁ ସାନ୍ତ୍ୱନା ଦେବାକୁ ପହଞ୍ଚିଥିଲେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ | ପିଣ୍ଟୁନା ଙ୍କ ଏକମାତ୍ର ଚାରିବର୍ଷର ପୁଅକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିବା ସହିତ ତାର ସମ୍ପୂର୍ଣ ଭରଣପୋଷଣ ର ଦାଇତ୍ୱ ମଧ୍ୟ ନେଇଥିଲେ | ପାରାଦ୍ୱୀପ ବିଜେପି ବିଧାୟକ ପାର୍ଥୀ ସମ୍ପଦ ସ୍ୱାଇଁ ମସାଣି ରେ ପହଞ୍ଚି ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହିଥିଲେ | ଅଞ୍ଚଳର ସ୍ବେଛାସେବୀ ସଂଘଠନ ବନ୍ଧୁ ପରିବାର ଗୋରଡ଼ର କର୍ମକର୍ତ୍ତା ମାନେ ଶବ ଦାହ ପାଇଁ ଆବଶ୍ୟକ ଛ କ୍ୱିଣ୍ଟାଲ ଜାଳେଣି କାଠ ସହିତ ଏକହଜାର ଟଙ୍କା ସହାୟତା କରିଥିଲେ | ଚାରିବର୍ଷର ପୁଅ ମୁଖାଗ୍ନି ଦେଇଥିଲା | ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିବା ସହିତ ଏଭଳି ଘଟଣାର ପୁନରାବୃତ୍ତି ନହେଉ ବୋଲି ଜନସାଧାରଣରେ ଚର୍ଚ୍ଚା ଯୋର ଧରିଛି |ବାପା, ମାଆ ଓ ଭଉଣୀକୁ ହରାଇବା ପରେ ଚାରି ବର୍ଷର ପୁଅ ସାଇ ଆଖିରୁ ଲୁହ ଗଡାଇ ନିଜର ଲୋକ ମାନଙ୍କୁ ଝୁରି ହେଉଥିବାର ଦୃଶ୍ୟ ସମସ୍ତଙ୍କ ହୃଦୟକୁ ବିଦାରି ପକାଇଛି ।
-ଅନ୍ୟକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବିପଦରେ ପକାଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବୃଦ୍ଧ କୁମର ବର ଙ୍କ ଚିକିତ୍ସା ନିମନ୍ତେ ପ୍ରଶାସନ ଆଵଶ୍ୟକୀୟ ସହାୟତା ଯୋଗାଇ ଦେବା ସହ ବାପ ମାଆ ଛେଉଣ୍ଡ ପାଲଟି ଥିବା ଶିଶୁ ପୁତ୍ର ଟିର ଭବିଷ୍ୟତ ନିମନ୍ତେ ମଧ୍ୟ ପ୍ରଶାସନ ଆଵଶ୍ୟକୀୟ ପଦକ୍ଷପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।