May 26, 2022

ଓଡିଶା ସାମ୍ବାଦିକ ସଂଗଠନ (ଓଜା)ତରଫରୁ ନିଃଶୁଳ୍କ ଅଟୋସେବା ଆରମ୍ଭ

1 min read

ଜଗତସିଂହପୁର(୨୪/୧୦) :- ଭିନ୍ନକ୍ଷମ, ଅସହାୟ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଇଁ ନିଃଶୁଳ୍କ ଅଟୋସେବା ଜଗତସିଂପୁର ଜିଲ୍ଲାରେ ଆରମ୍ଭ କରିଛି ଓଡିଶା ସାମ୍ବାଦିକ ସଂଗଠନ (ଓଜା)। ପର୍ଯ୍ୟାୟକ୍ରମେ ଓଡିଶାର ଅନ୍ୟ ଜିଲ୍ଲାମାନଙ୍କରେ ଏହି ସେବା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଓଜା ର ରାଜ୍ୟ ସଭାପତି ଅନଘ ପଣ୍ଡା ସୂଚନା ଦେଇଛନ୍ତି । ତିର୍ତୋଲ ସ୍ଥିତ ଆନନ୍ଦ ମଣ୍ଡପରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକରେ ସଂଗଠନର ୩୦ ଜଣ ସଦସ୍ୟ ଯୋଗ ଦେଇ ନିଜର ମତ ରଖିଥିଲେ ।

ଓଜାର ରାଜ୍ୟ ସଂପାଦକ ପ୍ରସନ୍ନ କୁମାର ଦାଶ,ରାଜ୍ୟ ସଭାପତି ଅନଘ ପଣ୍ଡା, ଜଗତସିଂହପୁର ଜିଲ୍ଲା ସଭାପତି ବୀରବର ଦଳାଇ, ସଂପାଦକ ନୃସିଂହ ଚରଣ ବାରିକ,ଉପସଭାପତି ମହମ୍ମଦ୍ ସାକିର ଅଲ୍ଲୀ,ନୀଲନ ପ୍ରଭା ପାଢୀ,ଉପଦେଷ୍ଟା ଶରତ ଦାସ ଓ କୋଷାଧ୍ୟକ୍ଷ ସରୋଜ ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଯୋଗଦେଇ ସଂଗଠନର ଆଗାମୀ କାର୍ଯ୍ୟ ପନ୍ଥା ସଂପର୍କରେ ବକ୍ତବ୍ଯ ରଖିଥିଲେ ।

ବୈଠକରେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ଗ୍ରସ୍ତ ଖର୍ଚ୍ଚ ପ୍ରଦାନ କରାଯାଇଥିଲା । ଆସନ୍ତା ନଭେମ୍ବର ୨୭ ତାରିଖରେ ଭୁବନେଶ୍ଵରରେ ହେବାକୁ ଥିବା ଓଜା ର ବାର୍ଷିକ ଉତ୍ସବ ଅବସରରେ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ ବୋଲି ରାଜ୍ୟ ସଂପାଦକ ପ୍ରସନ୍ନ କୁମାର ଦାଶ କହିଥିଲେ । ସାମ୍ବାଦିକମାନଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ଏହି ସଂଗଠନ କାର୍ଯ୍ୟ କରିବା ସହ ଜନସମାଜରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ ମଧ୍ୟ ସମ୍ପାଦନ କରିଥାଏ ବୋଲି ପ୍ରକାଶ କରିଥିଲେ ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ବାରିକ । ଆସନ୍ତା ୨୦୨୨ ପ୍ରାରମ୍ଭରେ ସଂଗଠନ ପକ୍ଷରୁ ମାଗଣା ଶିକ୍ଷା ଦାନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି ।

ଏହି କାର୍ଯ୍ୟକାରିଣୀ ବୈଠକରେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପ୍ରମୋଦ ମଲ୍ଲିକ,ବିଶ୍ବପ୍ରକାସ ପରିଡା, ସାରଦା ପ୍ରସନ୍ନ ପରିଜା, ଦୈତାରୀ ଦାସ, ରଞ୍ଜିତ ମଲ୍ଲିକ, ନିରଞ୍ଜନ ବେହେରା, ଗୀତାଞ୍ଜଳି ମହାପାତ୍ର, ଅନୁପମା ସେଠୀ,ନଳିନୀକାନ୍ତ ମଲ୍ଲିକ, ଅରିକ୍ଷିତ ସ୍ବାଇଁ, ସୁବ୍ରତ ମଲ୍ଲିକ,ହରିଗୁରୁ ଦାସ,ତାପସ ସେଠୀ, ଏମ ଏସ ରାଜନ କୁମାର, ମାନସ କୁମାର ସୂତାର,ଭାଗବତ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ନୀଲନ ପ୍ରଭା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.