May 26, 2022

କୃଷକ ସଭା ପକ୍ଷରୁ ଆମରଣ ଅନଶନ

ଏରସମା (ଜନ ରାଉତ ):ଜଗତସିଂହପୁରବଜିଲା ଏରସମା ବ୍ଲକ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଆମରଣ ଅନଶନ କରାଯାଇଛ, ସେପ୍ଟେମ୍ବର ମାସ୧୨ ତାରିଖରୁ୧୪ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷାରେ ଏରସମା ବ୍ଲକ ଅଞ୍ଚଳରେ ଚାଷବାସ ଉଜୁଡି ଯାଇଥିଲା।ଏ ସମ୍ପର୍କରେ ସରକାର ଓ ପ୍ରଶାସନକୁ କ୍ଷତିପୂରଣ ଦାବି କରି ବିଫଳ ହେବା ପରେ ଆଜି ଅଖିଳ ଭାରତ କୃଷକ ସଭା ପକ୍ଷରୁ ଆନ୍ଦୋଳନ କରାଯାଇଛି।ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ସହିତ ଚାଷୀକୁ ଏକର ପିଛା କୋଡିଏ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ଦାବିରେ ଆମରଣ ଅନଶନ କରାଯାଇଛି।ଆମରଣ ଅନଶନରେ ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁଙ୍କ ସମେତ ପ୍ରଫୁଲ୍ଲ ଦାସ, ରାମଚନ୍ଦ୍ର ମୁଦୁଲି, ସର୍ବେଶ୍ୱର ବେଉରା,ଦେବଦତ୍ତ ଦାସ ଓ ବାମଦେବ ଗୁରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିରହିଛନ୍ତି।

ଏରସମା ଅଖିଳ ଭାରତ କୃଷକ ସଭା ପକ୍ଷରୁ ଶତାଧିକ କର୍ମୀ ଓ ସଂଗଠକ ଏରସମା ବଜାରରେ ପ୍ରତିବାଦ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆମରଣ ଅନଶନ ବସିଛନ୍ତି। ଆୟୋଜିତ ପ୍ରତିବାଦ ସଭାରେ ଅଖିଳ ଭାରତ କୃଷକ ସଭାର ସଭାପତି ଶଶୀଭୂଷଣ ସ୍ୱାଇଁ, ବରିଷ୍ଠ ସିପିଆଇ ନେତା ଅଭୟ ସାହୁ, ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ଦେବାଶିଷ ପରିଜା ପ୍ରମୁଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରି ତୈଳ ଦର ସହ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧିର ପ୍ରତିବାଦ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରି ତୈଳ ଦର ସହ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧିକୁ ପ୍ରତିବାଦ କରିଥିଲେ।ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଓ କ୍ଷତିଗ୍ରସ୍ତ ଚାଷୀକୁ ଏକର ପିଛା ୨୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା ନକରିବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.