May 26, 2022

ଉପକୂଳ ଓଡିଶା ବିକାଶ ପରିଷଦ ତରଫରୁ ପାଣି ପାଇଁ ପ୍ରତିବାଦ ସହ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ

1 min read

ଜଗତସିଂହପୁର(ମାନସ ସୁତାର ):ଅଡଶପୁର ରାସ୍ତାର ମଧ୍ୟବର୍ତ୍ତୀ ଅଞ୍ଚଳରେ ପଡେ ବରିଷଣ ଗ୍ରାମ | ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ତିନି ବର୍ଷ ତଳେ ଏକ ପାନୀୟ ଜଳ ଯୋଗାଣ କେନ୍ଦ୍ର ସ୍ଥାପନ କରାଯାଇଥିଲା | ଉକ୍ତ ଜଳ ଯୋଗାଣ କେନ୍ଦ୍ରଟି ମାତ୍ର ଛଅ ମାସ ଜଳ ଯୋଗାଇବା ପରେ ସମ୍ପୂର୍ଣ ଅଚଳ ହୋଇ ଯାଇଛି | ୟା ଭିତରେ ଦୀର୍ଘ ଅଢେଇ ବର୍ଷ ରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ମରାମତି କାର୍ଯ୍ୟ ନହୋଇ ଅଚଳ ହୋଇ ପଡିଛି | ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳ ଶୂନ୍ୟ | ପିଇବା ପାଣି ପାଇଁ ସ୍ଥାନୀୟ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି | ଉକ୍ତ ଜଳାଯୋଗଣ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରି ସ୍ଥାନୀୟ ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଉପକୂଳ ଓଡିଶା ବିକାଶ ପରିଷଦ ସହଯୋଗରେ ବରିଷଣ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବଙ୍କୁ ଏକ ଦାବିପତ୍ର ଡାକ ଯୋଗେ ପ୍ରଦାନ କରିଛନ୍ତି ଆଜି ପୂର୍ବାହ୍ନ ୧୧ଟା ସମୟରେ ମହିଳାମାନେ ହାତରେ ଖାଲି ମାଠିଆ ଧରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ଏବଂ ଗଣମାଧ୍ୟମ ଜରିଆରେ ପାଣି ପାଇଁ ସରକାରଙ୍କୁ ନିବେଦନ କରିଥିଲେ | ମହିଳା ମାନଙ୍କ ମେଳି ଓ ପ୍ରତିବାଦ ଯୋଗୁଁ କିଛି ସମୟ ପାଇଁ ରାସ୍ତାରୋକ ପରିସ୍ଥିତି ସୃଷ୍ଟି ହୋଇଥିଲା | ସମାଜସେବୀ ଶଶୀ ପରିଜା, ମୂଷି ସାହୁ, କାହ୍ନୁ ଜେନା, ସରୋଜ ଦାସ, ବାନାମ୍ବର ବାରିକ, ପ୍ରକାଶ ବିରାଟ, କୁଞ୍ଜ ବିହାରୀ ଜେନା, କାଳନ୍ଦୀ ଚରଣ ପ୍ରଧାନ, ପୁନି ଭୋଇ, ଜମ୍ବୁ ସାହୁ, ନୟନା ନାୟକ, ସୀତା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ପରିଷଦର କର୍ମକର୍ତ୍ତା ଅରୁଣ କୁମାର ଆଚାର୍ଯ୍ୟ, ବେଣୁଧର ନାୟକ,ଅଜୟ କୁ ଜେନା, ଜ୍ୟୋତିରଞ୍ଜନ ପରିଡା, ମାନସ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ | ଉପକୂଳ ଓଡିଶା ବିକାଶ ପରିଷଦର ଆବାହକ ସରୋଜ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.