May 26, 2022

ଓଜା ଓ ଏସ.ଏସ.ଏସ ପକ୍ଷରୁ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ

1 min read

ଜଗତସିଂହପୁର(୧୬//୧୧) (ମାନସ କୁମାର ସୂତାର):- ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମସ୍ତ ସାମ୍ବାଦିକ ଓ ସମ୍ବାଦପତ୍ର ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସକାରାତ୍ମକ ମନୋଭାବ ପୋଷଣ କରିବା ପାଇଁ ଓଡିଶା ସାମ୍ବାଦିକ ସଂଗଠନ, ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ମତ ପ୍ରକାଶ ପାଇଥିଲା । ସରକାର ସାଧାରଣ ନାଗରିକ ଙ୍କୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା,ସରକାରୀ କର୍ମଚାରୀଙ୍କୁ କରୋନାରେ ମୃତ୍ୟୁ ପାଇଁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରୁଥିବା ବେଳେ କ’ଣ ପାଇଁ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଓ କରୋନା ମୃତ୍ୟୁ ଜନିତ ୧୫ ଲକ୍ଷ ସହାୟତା ପ୍ରଦାନ କରୁଛନ୍ତି ଏନେଇ କ୍ଷୋଭ ପ୍ରକାଶ କରିଥିଲେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସଂଗଠନର ସଂପାଦକ ନୃସିଂହ ଚରଣ ବାରିକ । ସରକାର ଏହାର ପୁନଃ ବିଚାର କରି ବୀମା ୭ ଲକ୍ଷ ଓ ମୃତ୍ୟୁ କାଳୀନ ସହାୟତା ରାଶି ୫୦ ଲକ୍ଷ କରିବାକୁ ଜାତୀୟ ପ୍ରେସ ଦିବସରେ ମତ ପ୍ରକାଶ ପାଇଥିଲା । ତିର୍ତୋଲ ସ୍ଥିତ ଆନନ୍ଦ ମଣ୍ଡପରେ ଆୟୋଜିତ ଜାତୀୟ ପ୍ରେସ ଦିବସରେ ଓଡିଶା ସାଂବାଦିକ ସଂଗଠନ ଓ ସାମ୍ବାଦିକ ସୁରକ୍ଷା ସମିତିର ସଦସ୍ୟମାନେ ଉପସ୍ଥିତ ରହି ନିଜର ବକ୍ତବ୍ଯ ରଖି ଥିଲେ । ଓଜା ର ଜିଲ୍ଲା ସଭାପତି ବୀରବର ଦଳାଇଙ୍କ ନିର୍ଦ୍ଦେଶକ୍ରମେ ଉପସଭାପତି ମହମ୍ମଦ ସାକିର ଅଲ୍ଲୀ ସଭାରେ ଯୋଗଦେଇ ଆମ ସଂଗଠନ ଓ ଏହି ସମିତି ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ଜନସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବ ବୋଲି କହିଥିଲେ । ସଂଗଠନ ର ଉପଦେଷ୍ଟା ଶରତ କୁମାର ଦାଶ,ବରିଷ୍ଠ ସଭ୍ୟ ଭାଗବତ ପ୍ରସାଦ,ସାରଦା ପ୍ରସନ୍ନ ପରିଜା,ପର୍ଶୁରାମ ମନ୍ତ୍ରୀ, ପ୍ରମୋଦ ମଲ୍ଲିକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଆଜିର ଏହି ସ୍ମରଣୀୟ ଦିବସ ରେ ୱେବ ମିଡିଆ ଆସୋସିଏସନ ପରିବର୍ତ୍ତେ ସାମ୍ବାଦିକ ସୁରକ୍ଷା ସମିତି ରଖାଯିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.